
-
ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ୧୩୦୫ ଓଡ଼ିଆ ପ୍ରବାସୀଙ୍କୁ ଓଡିଶା ପହଞ୍ଚାଇଲା ଓଡ଼ିଆ ସଂଗଠନ

ଏଭଳି ପରିସ୍ଥିତିରେ ସେମାନଙ୍କ ଅବସ୍ଥା ଦେଖି ବିଗତ ଚାଳିଶ ବର୍ଷ ଧରି ବରୋଦାରେ ଥିବା ଓଡ଼ିଆ ସଂଗଠନ ‘ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ’ ସାହାଯ୍ୟର ହତ ବଡ଼ାଇଥିଲା। ଏଥିପାଇଁ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଗୁଜୁରାଟ ଓ ଓଡ଼ିଶାର ଉପଯୁକ୍ତ ସରକାରୀ କତ୍ତୃର୍ପକ୍ଷଙ୍କ ସହିତ ଆଲୋଚନା ଓ ଅନୁରୋଧ ଫଳରେ ବରୋଦାରୁ ଓଡ଼ିଶା ପାଇଁ ସ୍ପେଶାଲ୍ ‘ଶ୍ରମିକ ଟ୍ରେନ’ ପଠାଇବାର ବନ୍ଦୋବସ୍ତ ହୋଇପାରିଥିଲା। ଗୁଜୁରାଟର ଆମୋଦ, ଆନନ୍ଦ, ଅଙ୍କଲେଶ୍ବର, ଭରୁଚୁ, ଦହେଜ, ଜମ୍ବୁସର, ଦବୋଇ, ଝାଗଡ଼ିଆ, ପାଦ୍ରା, ବରୋଦା, ପମହଲ, ଶାୱଲି, ଭଗ୍ରା, ଗୋଧରା, ଆଦି ପନ୍ଦରଟିଏ ଦୂରଦୂରାନ୍ତ ସ୍ଥଳରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଏକାଠି କରି, ସେଠିକାର ସ୍ଥାନୀୟ ନେତା, ତହସିଲଦାରଙ୍କ ସହ କଥାବାର୍ତ୍ତା କରି, ସେମାନଙ୍କ ରେଜିଷ୍ଟ୍ରେସନ, ମେଡ଼ିକାଲ ଟେଷ୍ଟ୍ ଆଦି କରାଇଥିଲା।
ଶ୍ରମିକଙ୍କୁ ଛୋଟ ଛୋଟ ହ୍ବାଟ୍ସଆପ୍ ଗ୍ରୁପରେ ବିଭକ୍ତ କରାଯାଇ ସେମାନଙ୍କ ସହ ସମନ୍ବୟ ରକ୍ଷା କରି ପ୍ରତ୍ୟେକ ଅସୁବିଧାରେ ସେମାନଙ୍କୁ ସାହାଯ୍ୟ କରିଥିଲା ଟ୍ରଷ୍ଟ। ଓଡ଼ିଶାର ଅନୁଗୁଳ, ବାଲେଶ୍ବର, ଭଦ୍ରକ, ବରହମପୁର, ବରଗଡ଼, ଭବାନୀପାଟଣା, ବାଲିକୁଦା, ଭୁବନେଶ୍ବର, ବଲାଙ୍ଗୀର, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ତି, କେଉଁଝର, କେନ୍ଦ୍ରାପଡ଼ା, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼ ଆଦି ପ୍ରାୟ ସବୁ ଅଳର ଲୋକ ଏହାଦ୍ବାରା ଲାଭାନ୍ବିତ ହେଇଥିଲେ।
‘ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା’ର ସଦସ୍ୟମାନଙ୍କ ଅନୁଦାନରେ ଅ¶ନ ବାତ୍ୟା ପାଇଁ ଦୁଇ ଦୁଇ ଥର ଟ୍ରେନ ବାତିଲ ହେବା ସମୟରେ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଶେଷରେ ବରୋଦାରୁ ପ୍ରଥମ ଶ୍ରମିକ ଟ୍ରେନ ମଇ ୨୭ ତାରିଖ ଦିନ ୧୩୦୫ ଜଣ ଶ୍ରମିକଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରି ୨୯ରେ ବରହମପୁର, ଖୋର୍ଦ୍ଧା, ଯାଜପୁର ହୋଇ ବାଲେଶ୍ବରରେ ପହଂଚିଥିଲା। ସେଠାରୁ ସମସ୍ତ ଯାତ୍ରୀ ସେଠାକାର ସ୍ଥାନୀୟ କତ୍ତୃର୍ପକ୍ଷଙ୍କ ତଦାରଖରେ ନିଜ ନିଜ କ୍ବାରେଣ୍ଟିନ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କ ଟିକେଟ୍ ଓଡ଼ିଶା ସରକାର ବହନ କରିବା ପାଇଁ ରାଜି ହେଲା ପରେ, ଯାତ୍ରାର ସୁଗମତା ପାଇଁ ‘ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ’ ସେମାନଙ୍କୁ ଯିବା ସମୟରେ ପାଣି ବୋତଲ, ପାଉଁରୁଟି, ବିସ୍କୁଟ୍, ସସ୍, ମାସ୍କ ଆଦି ପ୍ରଦାନ କରିଥିଲା।
ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟର କର୍ମକର୍ତ୍ତମାନଙ୍କ ଅକ୍ଳାନ୍ତ ପରିଶ୍ରମ, ଗୁଜରାଟ ଓ ଓଡ଼ିଶା ସରକାରଙ୍କ ସମୟୋଚିତ ସାହାଯ୍ୟ ଓ ସହଯୋଗ, ବରୋଦାର କଲେକ୍ଟର, ଡେପୁଟି କଲେକ୍ଟର, ନୋଡ଼ାଲ ଅଫିସର୍, ମ୍ୟୁନିସିପାଲିଟି କମିଶନର, ବରୋଦା ପୋଲିସ, ଆରଟିଓ, ଗୁଜୁରାଟ ରାଜ୍ୟ ପରିବହନ ନିଗମ, ରେଲଓ୍ବେ ଅଫିସର୍, ତଥା ଓଡ଼ିଶା ଓ ଗୁଜୁରାଟର ସମସ୍ତ ଜିଲ୍ଲାର ତହସିଲଦାରଙ୍କ ସାହାଯ୍ୟ ଓ ସହଯୋଗ ଦ୍ବାରା ଏହି ମହତ ଓ କଷ୍ଟସାଧ୍ୟ କାମଟି ସମ୍ଭବ ହୋଇପାରିଲା। ‘ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା’ ଓଡ଼ିଶାର ଭାଇଭଉଣୀଙ୍କ ମୁହଁରେ ଓଡ଼ିଶା ଫେରିବାର ଖୁସି ଆଣି ଦେଇ ପାରିଥିବାରୁ ଅପୂର୍ବ ଆତ୍ମସେନ୍ତୋଷ ଲାଭ କରିଥିବା କଥା ଗଣମାଧ୍ୟମକୁ କହିଛନ୍ତି।