ବ୍ରହ୍ମପୁର: ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜଣେ ପୋଲିସ ଡିଏସ୍ପିଙ୍କ ସ୍ତ୍ରୀ ସୁଷମା ପ୍ରଧାନ(୫୩)ଙ୍କ ମୃତଦେହ ଗୁରୁବାର ଗୋପାଳପୁର ଜଙ୍କସନ୍ ରେଳ ଧାରଣାରୁ ଉଦ୍ଧାର ହୋଇଥିବା ନେଇ ଜିଆର୍ପି ଥାନା ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ପ୍ରକାରେ, ଖୋଡାସିଙ୍ଗ କଳିଙ୍ଗନଗରରେ ରହୁଥିବା ଡିଏସ୍ପି ଅନୀଲ ପ୍ରଧାନ ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । କଳିଙ୍ଗନଗରରେ ମା’ ସୁଷମା ଓ ପୁଅ ରହୁଥିଲେ । ବୁଧବାର ସନ୍ଧ୍ୟାରେ ସୁଷମା ମନ୍ଦିର ଯାଉଛି ବୋଲି କହି ଘରୁ ବାହାରିଥିଲେ । ହେଲେ ରାତି ୯ଟା ପର୍ଯ୍ୟନ୍ତ ସେ ଘରକୁ ଆଉ ଫେରିନଥିଲେ । ଏହାପରେ ପୁଅ ଓ ଅନ୍ୟ ସମ୍ପର୍କୀୟମାନେ ତାଙ୍କୁ ଖୋଜାଖୋଜି କରିଥିଲେ । ରାତିରେ ଗୋପାଳପୁର ଜଙ୍କସନ୍ ରେଳ ଧାରଣା କଡରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । କୌଣସି ଏକ ଟ୍ରେନ୍ରେ କଟି ତାଙ୍କର ମୃତ୍ୟୁ ଘଟିଥିବା ଜିଆର୍ପି ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି । ତେବେ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବାରୁ ସେ ରେଳ ଧାରଣାରେ ମୁଣ୍ଡ ରଖି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଖବରପାଇ ଗଜପତିରୁ ତାଙ୍କର ସ୍ୱାମୀ ବ୍ରହ୍ମପୁରରେ ପହଞ୍ôଚଛନ୍ତି । ଗୁରୁବାର ସକାଳେ ମୃତ ସୁଷମାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ବଡ ଡାକ୍ତରଖାନାକୁ ପଠାଯାଇଥିଲା । ଗତ କିଛିଦିନ ହେଲା ସୁଷମା ମାନସିକ ଚିନ୍ତାରେ ଥିଲେ ବୋଲି ପୋଲିସ କହିଛି । ଏ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଜିଆର୍ପି ଥାନାରେ ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Related Stories
November 26, 2024