ପୁରୀ– ସ୍ନାନଯାତ୍ରା ସହିତ ଜଡ଼ିତ ସେବାୟତ, ସେବକ, ବିଭିନ୍ନ ନିଯୋଗର ସଦସ୍ୟଙ୍କ ସହିତ ମନ୍ଦିର କର୍ମଚାରୀ ଓ ୧୧୦ ଜଣ ଜେଟିପି ପୋଲିସଙ୍କୁ ମିଶାଇ ପ୍ରାୟ ୭୦୦ ଜଣଙ୍କ କରୋନା ଟେଷ୍ଟ ସରିଛି । ହେଲେ ଆଉ ଦିନକ ପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ନିୟୋଜିତ ହେବାକୁ ଥିବା ଅନ୍ୟ ପୋଲିସ କର୍ମଚାରୀ ଓ ଡ୍ୟୁଟିରେ ଥିବା ପ୍ରଶାସନିକ ଅଧିକାରୀଙ୍କ କୋଭିଡ଼୍ ଟେଷ୍ଟ ଅଦ୍ୟାବଧି ହୋଇପାରିନାହିଁ । ଯାହାକି ସଂକ୍ରମଣର ଆଶଙ୍କାକୁ ନେଇ ସେବାୟତ ମହଲରେ ଚର୍ଚ୍ଚା ହେଉଛି ।