
ଭୁୂବନେଶ୍ୱର। କେନ୍ଦ୍ରାପଡାର ବଳଦେବ ଜୀଉ ମନ୍ଦିରରେ ସ୍ନାନ ପୂର୍ଣିମାରେ ଭକ୍ତ ମାନଙ୍କର ଭୀଡ ହେବାକୁ ନ ଦେବା ପାଇଁ ଜିଲ୍ଲା ପ୍ରସାସନ ମନ୍ଦିର ପରିସରରେ ଧାରା ୧୪୪ ଜାରୀ କରିଥିବା ଜଣା ପଡିଛି । ଏହା ଆଜି ମଧ୍ୟ ରାତ୍ରୀରୁ ଲାଗୁ ହୋଇ ରୀତି ନୀତି ସରିବା ଯାଏ ଜାରୀ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହା ଯାଇଛି । ଏହି ସମୟ ମଧ୍ୟରେ କିଛି ନିର୍ଦିଷ୍ଟ ସେବାୟତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆ ଯିବ ବୋଲି ଜଣା ପଡିଛି ।