ବ୍ରହ୍ମପୁର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଓଡ଼ିଶା ମାଟିରେ ଭାରତର ଯେକୌଣସି ପ୍ରବାସୀ ନ ଚାଲିକରି ଯିବେ ନା ଭୋକିଲା ରହିବେ ଏହି କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ଲାଗୁ କରାଯାଇି । ସେହିପରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଖାଦ୍ୟର ଆୟୋଜନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସ୍ଥାନୀୟ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବୁଧବାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଯେଉଁମାନେ ବସ୍ ଓ ଟ୍ରକ୍ରେ ଯାଉଛନ୍ତି ସେମାନଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ସପ୍ତମ ଦିବସରେ ବଣ୍ଟନ କରୁଥିବା ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତରହି ବଣ୍ଟନ କରିଥିଲେ । ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ତୁମ୍ବନାଥ ପଣ୍ଡା, ମଦନ ଦଳାଇ, ଅଜିତ ପଣ୍ଡା, ଆର୍.ମୂରଲୀ ମୋହନ, ତେଜସ୍ୱର ସ୍ୱାମୀ, ମୁକୁନ୍ଦ ଗୌଡ, ଜ୍ୟୋତିରଞ୍ଜନ ସାହୁ, ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
Related Stories
November 22, 2024