ବ୍ରହ୍ମପୁର : କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ କାନ୍ତିଗୁଡା ଓ କୁମ୍ଭଝରି ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ବିଭାଗ-୨ ପକ୍ଷରୁ ବିପୁଳ ପରିମାଣରେ ଗୁଡ ମିଶ୍ରିତ ପୋଚ ଓ ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । କୁକୁଡାଖଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଅଧିକାରୀମାନେ ବେଆଇନ୍ ଭାବେ ଗୁଡ ମିଶ୍ରିତ ପୋଚ ଯାହାକି ୫୨୦୦ଲିଟର ଓ ବେଆଇନ୍ ରନ୍ଧା ମଦ ଯାହାକି ୫୦୦ଲିଟର ହେବ ବୋଲି ଅନୁମାନ କରାଯାଉଛି ତାକୁ ଜବତ କରିଛନ୍ତି । ସୂଚନାଥାଉକି, ଗତ ମାର୍ଚ୍ଚ ମାସ ସଡ୍ ଡାଉନ୍ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ୍ ଭାବେ ପ୍ରସ୍ତୁତ କରାଯାଉଥିବା ଦେଶୀ ମଦ ଜବତ କରାଯିବା ସହ ସେଗୁଡିକୁ ନଷ୍ଟ କରାଯାଉଛି । ଏପରିକି ଘଟଣାରେ ସମ୍ପୃକ୍ତ କୁଚିଆ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଉଛି । ଚଢ଼ାଉରେ ଅବକାରୀ ଇନ୍ସିପେକ୍ଟର ରୋଶନ ହଂସଦା, ମିହିର ସେଠୀ, ଆକାଶ ବିଶି, ସନ୍ତୋଷ ସାହୁ, ଶ୍ରୀଧର ମହାନ୍ତିଙ୍କ ସହ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 22, 2024