
ରାଜଙ୍ଗାଗପୁର/ବେଦବ୍ୟାସ – ପାନପୋଷ ବ୍ରାହ୍ମଣୀ ସେତୁ ରେ କିଛି ଦିନ ରୁ ଫାଟ ସୃଷ୍ଟି ହୋଇଥିଳା। ହଠାତ୍ କାଳି ସକାଳେ ବିଭାଗୀୟ ଅଧିକାରୀ ତରଫରୁ କୈାଣସି ସୂଚନା ନ ଦେଇ ଏହାର ମରାମତି କାର୍ଯ୍ୟ ହୋଇଥିବା ରୁ ଏହି ସେତୁ ସମୀପ ଆସପାସ ସଡ଼କ ପଥରେ ୮ଘଣ୍ଟା ରୁ ଅଧିକ ଲୋକଙ୍କୁ ହୋଇରାଣ ହେବାକୁ ପଡ଼ିଥିଲା ଏବଂ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ହଜାର ହଜାର ଲୋକେ ଏହି ସେତୁ ଜାମ ରେ ଫସି ରହିଥିବା ଦେଖିବାକୁ ମିଳିଛି।