ବ୍ରହ୍ମପୁର : କରୋନା ମହାମାରୀ ଭୁତାଣୁ ସଂକ୍ରମଣକୁ ଭୟକରି ରକ୍ତଦାତାଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ଆଣି ବୁଧବାର ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସୁବାଷ ମହାରଣା, ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ପ୍ରମୁଖ ଉପସ୍ଥିତରହି ରକ୍ତଦାତାଙ୍କୁ ଉତ୍ସାହିତକରି ଥାନାଧିକାରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଥାନାଧିକାରୀ ଶ୍ରୀମତୀ ସୋରେନଙ୍କ ସମେତ ଥାନାର କର୍ମଚାରୀ ବହୁ ସମାଜସେବୀ, ଶିକ୍ଷକ, ବିଦ୍ୟାର୍ଥୀ ଓ ବହୁ ସାମାଜିକ କର୍ମୀ ଯୋଗଦେଇ ରକ୍ତଦାନ କରିଥିଲେ । ଏଥିରେ ୩୫ରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
Related Stories
November 22, 2024