ଭୁବନେଶ୍ୱର– ଓଡିଶାର କଣିହାଁ ଠାରେ ଅବସ୍ଥିତ ଓଡିଶା ପାୱାର ଜେନେରେସନ୍ ଏବଂ ଇବ୍ ଥର୍ମାଲ ପାୱାର ଷ୍ଟେସନ୍ ର ଅଧିକାରୀ ଏବଂ କର୍ମଚାରୀମାନେ ନିଜ ଦରମାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ଓପିଜିସି ଅଧିକାରୀ ସଂଘର ଉପଦେଷ୍ଟା ତଥା ଖଣ୍ଡପଡାର ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ ଓ ଓପିଜିସି କର୍ମଚାରୀ ଉନିୟନ୍ ର ସଭାପତି କିଶୋର କୁମାର ମହାନ୍ତି ବୁଧବାର ଦିନ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ । ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଓପିଜିସି ଓ ଇବ୍ ଥର୍ମାଲ୍ ପାୱାର ଷ୍ଟେସନ୍ ର ଅଧିକାରୀ ଓ କର୍ମଚାରୀମାନଙ୍କ କୋଭିଡ୍ ଲଢେଇରେ ସହଯୋଗ ପାଇଁ ସାଧୁବାଦ ଜଣାଇଥିଲେ ।