ୱାଶିଂଟନ– ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ହିଂସା ଜାରି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ହିଂସାକୁ ଘରୋଇ ଆତଙ୍କ ବୋଲି କହିଛନ୍ତି । ଫ୍ଲୋଏଡଙ୍କ ମୃତ୍ୟୁ ବିରୋଧରେ ହିଂସକ ପ୍ରଦର୍ଶନ ନିଆଁ ଆମେରିକାର ୧୪୦ଟି ସହର ପର୍ଯ୍ୟନ୍ତ ପହଞ୍ଚିଛି । ଏହା ଦ୍ୱାରା ଦେଶରେ ଗତ କିଛି ଦଶନ୍ଧୀରେ ସର୍ବାଧିକ ଖରାପ ନାଗରିକ ଅଶାନ୍ତି କୁହାଯାଉଛି । ହିଂସା ପରିସ୍ଥିତିକୁ ଦୃଷ୍ଟିରେ ଟ୍ରମ୍ପ ପ୍ରଶାସନ ଦେଶର ୨୪ଟି ରାଜ୍ୟରେ ନ୍ୟାସନାଲ ଗାର୍ଡର ପାଖାପାଖି ୧୭ ହଜାର ସୈନିକ ମୁତୟନ କରିଛି ।
ଏହାରି ମଧ୍ୟରେ ହ୍ୱାଇଟ ହାଉସ କହିଛି, ହିଂସା, ଲୁଟ, ଅରାଜକତା ଓ ଅର୍ଥବ୍ୟବସ୍ଥାକୁ ପ୍ରଶୟ ଦିଆଯିବ ନାହିଁ । ହ୍ୱାଇଟ ହାଉସର ପ୍ରେସ ସଚିବ କ୍ୟାଲି ମ୍ୟାକନେନି କହିଛନ୍ତି, ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ, ଆମେ ଆମେରିକାର ସଡ଼କ ଉପରେ ଯାହା ଦେଖୁଛେ, ଏହା ମଂଜୁର ନୁହେଁ । ଏହି ଅପରାଧିକ କୃତ୍ୟ ପ୍ରଦର୍ଶନ ନୁହେଁ । ଏହି ଅପରାଧ ଆମେରିକୀୟ ଲୋକଙ୍କୁ କ୍ଷତି ପହଞ୍ଚାଉଛି । ନ୍ୟୁୟର୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ଆଷ୍ଟିନ ପର୍ଯ୍ୟନ୍ତ ଏବଂ ପୂର୍ବରେ ୱାଶିଂଟନ ଠାରୁ ଆରମ୍ଭ କରି ପଶ୍ଚିମରେ ଲସଏଞ୍ଜେଲସ ଯାଏଁ ଚାରିଆଡେ ପ୍ରଦର୍ଶନ ଜାରି ରହିଛି ।
ପ୍ରେସ ସଚିବ କହିଛନ୍ତି, ୨୪ଟି ରାଜ୍ୟରେ ନ୍ୟାସନାଲ ଗାର୍ଡର ପାଖାପାଖି ୧୭ ହଜାର ସୈନିକ ମୁତୟନ ଅଛନ୍ତି । ସେ କହିଛନ୍ତି, ମୋଟ ୩ ଲକ୍ଷ ୫୦ ହଜାର ନ୍ୟାସନାଲ ଗାର୍ଡ ଉପଲବ୍ଧ ଅଛନ୍ତି । ଏମାନେ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ଅଛନ୍ତି । ଦେଶବ୍ୟାପୀ ଗଭର୍ଣ୍ଣରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ । ନ୍ୟାସନାଲ ଗାର୍ଡ ମୁତୟନ କରିବାକୁ ପଡ଼ିବ । କାରଣ ଏହା ଆମେରିକୀୟ ସଂପ୍ରଦାୟକୁ ବଂଚାଇବାକୁ ଜରୁରୀ ଅଟେ । ରାଷ୍ଟ୍ରପତି କହିଛନ୍ତି, ଯଦି ଗଭର୍ଣ୍ଣରମାନେ ରାଜ୍ୟମାନଙ୍କର ଗଭର୍ଣ୍ଣରଙ୍କୁ କହିଛନ୍ତି, ଯଦି ସେମାନେ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ ନ କରିବେ, ପରିସ୍ଥିତି ନିୟନ୍ତ୍ରଣ କରିପାରିବେ ନାହିଁ ।