ବ୍ରାସିଲିଆ– କରୋନା ଭାଇରସର ସଂକଟ ବିଶ୍ୱକୁ ଗ୍ରାସିଛି । ଆମେରିକାରେ ଏହିଭାଇରସ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ସେହିଭଳି ବ୍ରାଜିଲରେ ବି ଏବେ ସ୍ଥିତି ଖରାପ ସ୍ତରରେ ପହଞ୍ଚିଛି । ବ୍ରାଜିଲରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିଭଳି ୧୨୬୨ ଜଣଙ୍କର ମୃତ୍ୟୁ ହୋଇଛି ।
ଏଥି ସହିତ ବ୍ରାଜିଲରେ କେରାନା ଭାଇରସ ମାମଲା ୫ ଲକ୍ଷ ଅତିକ୍ରମ କରିଛି । ଆମେରିକାରେ ଏଯାଏଁ କରୋନା ଭାଇରସରେ ୧୮ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ସେହିଭଳି ୧ ଲକ୍ଷ ୬ ହଜାର ଲୋକ ଜୀବନ ହାରିଛନ୍ତି ।
ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୧୮୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ବିଶ୍ୱବାସୀଙ୍କୁ ଆହୁରି କନ୍ଦାଇଛି । ଏହି ମାରାତ୍ମକ ୬୪ ଲକ୍ଷ ୭୭ ହଜାର ୯୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦ ଲକ୍ଷ ୯ ହଜାର ୬୪୮ ଜଣ ଲୋକ । ଏବେ ୩୦ ଲକ୍ଷ ୮୬ ହଜାର ୧୩୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୫୪ ହଜାର ୫୫୧ ଜଣଙ୍କ ଅବସ୍ଥା ଗୁରୁତର ଅଛି ।