
ନୂଆଦିଲ୍ଲୀ– କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୧୮୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ ବିଶ୍ୱବାସୀଙ୍କୁ ଆହୁରି କନ୍ଦାଇଛି । ଏହି ମାରାତ୍ମକ ଭାଇରସରେ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୬୪ ଲକ୍ଷ ୭୭ ହଜାର ୯୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦ ଲକ୍ଷ ୯ ହଜାର ୬୪୮ ଜଣ ଲୋକ । ଏବେ ୩୦ ଲକ୍ଷ ୮୬ ହଜାର ୧୩୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୫୪ ହଜାର ୫୫୧ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ସର୍ବାଧିକ ଜନଜୀବନକୁ ପ୍ରଭାବିତ କରିଛି । ମୋଟ ୧୮ ଲକ୍ଷ ୮୧ ହଜାର ୨୦୫ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮ ହଜାର ୫୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୬ ଲକ୍ଷ ୪୫ ହଜାର ୯୭୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧୧ ଲକ୍ଷ ୨୭ ହଜାର ୧୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ୧୭ ହଜାର ୧୧୪ ଜଣ ରୋଗୀ ଗୁରୁତର ଅଛନ୍ତି । ଆମେରିକା ପରେ ବ୍ରାଜିଲର ଅବସ୍ଥା ଦିନକୁ ଦିନ ଆହୁରି ଖରାପ ସ୍ତରକୁ ଯାଉଛି ।