ଭୁବନେଶ୍ୱର – ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ମନୋନୟନକୁ ନେଇ ଅସନ୍ତୋଷ ପ୍ରକାଶ କରି ପାର୍ଟୀରୁ ଇସ୍ତଫା ଦେଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ଏହି ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଗତ କାଲି ବିଜେପି ପକ୍ଷରୁ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ବାବୁ ସିଂଙ୍କ ନାମ ଘୋଷଣା କରା ଯାଇଥିଲା । ଏହା ପରେ ଶ୍ରୀ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ ।