ନୂଆଦିଲ୍ଲୀ/ଭୁବନେଶ୍ୱର -ବିଭିନ୍ନ ଉପସାଗରୀୟ ଦେଶ ସମୂହ, ଲଣ୍ଡନ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆ ମାନଙ୍କୁ ସେ ଦେଶରୁ ସିଧା ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଉପସାଗରୀୟ ଦେଶ ସମୁହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡିଆମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।
ଏହି ସବୁ ଦେଶର ବିଭିନ୍ନ ସହର ଯଥା ଦୁବାଇ, ଦୋହା, ଦାମ୍ମମ, ମାସ୍କୋଟ, ବାହରିନ, କଲମ୍ବୋ ଏବଂ ଲଂଣ୍ଡନରୁ ସିଧା ଭୁବନେଶ୍ୱରକୁ ବିମାନ ବ୍ୟବସ୍ଥା କରି ଓଡିଆମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଶ୍ରୀ ପ୍ରଧାନ ଏହି ପତ୍ର ଜରିଆରେ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି କୋରାନା ସମୟରେ ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପ୍ରଫେସନାଲମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।