-
ଗ୍ରାମରେ ପହଞ୍ôଚ ଅତିରିକ୍ତ ଏସ୍ପିଙ୍କ ତଦନ୍ତ ଆରମ୍ଭ
ବ୍ରହ୍ମପୁର : ମେ ୯ତାରିଖ ଦିନ କୁକୁଡାଖଣ୍ଡି ବ୍ଲକ୍ ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଆକ୍ରମଣ ଘଟଣାରେ ସବିଶେଷ ତଦନ୍ତ ପାଇଁ ମଙ୍ଗଳବାର ଗ୍ରାମରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ । ପୂର୍ବରୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ୨ଜଣଙ୍କୁ ଗିରଫ କରିବା ପାଇଁ ଆକ୍ରମଣର ଶିକାର ହୋଇଥିବା ପୂର୍ଣ୍ଣ ଜେନାଙ୍କ ପରିବାରବର୍ଗ ପକ୍ଷରୁ ପ୍ରଥମେ ଅତିରିକ୍ତ ଏସ୍ପି ଓ ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ନିରପେକ୍ଷ ତଦନ୍ତକରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏସ୍ପି ଘଟଣାକୁ ଗୁରୁତର ସହ ନେଇ ଅତିରିକ୍ତ ଏସ୍ପି ଶ୍ରୀ ରାଉତରାଏଙ୍କୁ ଘଟଣାର ନିରପେକ୍ଷ ତଦନ୍ତକରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍ପିଙ୍କ ନିର୍ଦ୍ଦେଶ ପାଇବାପରେ ଅତିରିକ୍ତ ଏସ୍ପି ସଦର ଥାନାଧିକାରୀ ସନ୍ତୋଷିନୀ ଓରାମ୍ଙ୍କୁ ସାଙ୍ଗରେ ନେଇ ମଙ୍ଗଳବାର ରୋହିଗାଁରେ ପହଞ୍ôଚ ପୂର୍ଣ୍ଣଙ୍କ ପରିବାରବର୍ଗଙ୍କ ସହ ଘଟଣା ବିଷୟରେ ଆଲୋଚନା କରିବା ସହ ଆକ୍ରମଣ ଘଟଣାସ୍ଥଳ ପରିଦର୍ଶନ କରିଥିବା କହିଛନ୍ତି । ଘଟଣାବେଳେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନଙ୍କୁ ପଚରା ଉଚୁରା କରିବା ସହ ୩ଜଣ ସାକ୍ଷୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଆହତ ପୂର୍ଣ୍ଣ ଜେନାଙ୍କ ଘରକୁ ଯାଇ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଆହତ ପୂର୍ଣ୍ଣ ବଡ ମେଡିକାଲ୍ରେ ଚିକିତ୍ସିତ ହୋଇ ଡିସ୍ଚାର୍ଜ ହୋଇଥିଲେ ମଧ୍ୟ ଜୀବନ ପ୍ରତି ବିପଦ ଥିବାରୁ ସେ ଗ୍ରାମକୁ ନଯାଇ ବ୍ରହ୍ମପୁରର ଏକ ଭଡାଘରେ ରହୁଥିଲେ । ତେବେ ମଙ୍ଗଳବାର ପୋଲିସ ତଦନ୍ତ କରିବାକୁ ଯାଇଥିବା ଶୁଣି ଏକ ଅଟୋ ଭଡାକରି ଗ୍ରାମକୁ ଯାଇଥିଲେ । ଏଏସ୍ପି ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱଧରି ପୂର୍ଣ୍ଣ ଓ ତାଙ୍କ ପରିବାରବର୍ଗଙ୍କୁ ଘଟଣା ବିଷୟରେ ପଚାରିଥିଲେ । ଏବେବି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବାପରେ ଏଏସ୍ପି ସେମାନଙ୍କୁ ସାହାସ ଦେବାସହ ପୋଲିସ ତମ ପରିବାର ସହିତ ଅଛି ତେଣୁ ଭଡାରେ ନରହି ଗ୍ରାମକୁ ଆସି ରୁହନ୍ତୁ ବୋଲି ପୂର୍ଣ୍ଣଙ୍କୁ ଏଏସ୍ପି କହିଥିବା ବେଳେ ଏହି ତଦନ୍ତ ପର୍ଯ୍ୟାୟକ୍ରମେ ଚାଲୁ ରହିବ । ପୁଣି ଆବଶ୍ୟକପଡିଲେ ଗ୍ରାମକୁ ଆସି ପୁଣିଥରେ ତଦନ୍ତ କରାଯିବ ବୋଲି ଶ୍ରୀ ରାଉତରାଏ କହିଛନ୍ତି ।