
ବ୍ରହ୍ମପୁର : ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍ର କନିଷି ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରବାସୀ ଫେରନ୍ତା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ, ଅଣ୍ଡା, ବିରିୟାନି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ତଥା ବରିଷ୍ଠ ଆଇନ୍ଜୀବୀ ଶମ୍ଭୁନାଥ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ବିଜୟରାଜ ପାଣିଗ୍ରାହୀ, ତପନ ଦଳବେହେରା, ନାରାୟଣ ସାହୁ, ପତିତପାବନ ଗନ୍ତାୟତ, ଭଗବାନ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଭାଗୀରଥି ବେହେରା, ସରପଞ୍ଚ କ୍ରିଷ୍ଣା ରେଡ୍ଡୀ, ନାରାୟଣ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତରହି ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଯେଉଁମାନେ ବସ୍ ଓ ଟ୍ରକ୍ରେ ଯାଉଛନ୍ତି ସେମାନଙ୍କ ଗାଡିକୁ ଅଟକାଇ ଶୁଖିଲା ଖାଦ୍ୟ ଓ ପାଣି ପୁଡିଆ ବଣ୍ଟନ କରିଥିଲେ ।