-
ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୮ ହେଲା
ଭୁବନେଶ୍ୱର– ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି । । କରୋନା ଆକ୍ରାନ୍ତ ଜିଲ୍ଲାଙ୍କ ସୂଚୀରେ ଗଂଜାମ ଜିଲ୍ଲା ଆଜି ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୫୮ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୯୦ ଓ ଖୋର୍ଧା ଜିଲ୍ଲାରେ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୧୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସେହିପରି ଭଦ୍ରକ ଜିଲ୍ଲାରେ ୧୨୦ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରେ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ୮୯ ଜଣ, ଜଗତସିଂହପୁର ଜିଲ୍ଲାରେ ୮୬ ଜଣ ଓ ନୟାଗଡ ଜିଲ୍ଲାରେ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ୫୨ ଜଣ ସଂକ୍ରମିତ ହୋଇଥିବାବେଳେ ଗଜପତି ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ୩୪ ଜଣ ଆକ୍ରାନ୍ତ, ଚିହ୍ନଟ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ୩୨ ଜଣ, କେନ୍ଦୁଝର ଜିଲ୍ଲାରେ ୩୦ ଜଣ. ମୟୁରଭଂଜ ଜିଲ୍ଲାରେ ୨୬, ଅନୁଗୁଳ ଜିଲ୍ଲାରେ ୨୬ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କନ୍ଧମାଳ ଜିଲ୍ଲାରେ ୨୨,ମାଲକାନଗିରି ଜିଲ୍ଲାରେ ୨୧ ଜଣ . ଢେଙ୍କାନାଳ ଜିଲ୍ଲାରେ ୨୧ ଜଣ, କଳାହାଣ୍ଡି ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । । ସମ୍ବଲପୁର ଜିଲ୍ଲାରେ ୧୨ ଜଣ ଓ ବରଗଡରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋନପୁରରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଂଗପୁର ୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।