ନୂଆଦିଲ୍ଲୀ– ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ସମ୍ମାନ ନ ମିଳିବାରୁ ବିଜେପିରେ ଯୋଗ ଦେଲେ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ସେ କହିଛନ୍ତି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦାୟ ପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଦାୟୀ । ଶ୍ରୀ ଶାହା କହିଛନ୍ତି, ମଧ୍ୟ ପ୍ରଦେଶରେ କଂଗ୍ରେସ ନେତୃତ୍ୱର ଦୁର୍ବଳତା ଯୋଗୁଁ କମଲନାଥ ସହକାର ୧୫ ମାସରେ ଶେଷ ହୋଇଯାଇଥିଲା । ସେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ସେ ମଧ୍ୟପ୍ରଦେଶରେ ରାଜନୈତିକ ଉତଥାନ ପତ୍ତନ ସଂପର୍କରେ ପଚରାଯିବାରୁ ଅମିତ ଶାହା କହିଛନ୍ତି, କଂଗ୍ରେସ ବିଧାୟକମାନେ ବିଦ୍ରୋହ କଲେ । କାରଣ ସେମାନଙ୍କୁ ଦଳରେ ସମ୍ମାନ ମିଳିଲା ନାହିଁ । ସିନ୍ଧିଆଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଛି । ସେଥିପାଇଁ ସେ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଦାୟୀ ଥିଲା ।
ଅମିତ ଶାହା କହିଛନ୍ତି, କଂଗ୍ରେସ ପାର୍ଟିରେ ନେତାଙ୍କୁ ସମ୍ମାନ ମିଳି ନଥାଏ । ସିନ୍ଧିଆ ଭଳି ନେତାଙ୍କୁ ମଧ୍ୟ କଂଗ୍ରେସ ଅବହେଳା କରିଥିଲା । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଫଳତାକୁ ଏହା ସୂଚାଉଛି । ମଧ୍ୟପ୍ରଦେଶରେ ୧୫ ବର୍ଷ କ୍ଷମତାରୁ ଦୂରରେ ରହିବା ପରେ କଂଗ୍ରେସ ୨୦୧୮ରେ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ସରକାର ଗଢ଼ିଥିଲା । କମଲନାଥଙ୍କ ନେତୃତ୍ୱରେ ସରକାର ଗଢ଼ାଯାଇଥିଲଶ । କିନ୍ତୁ ଏହା ୧୫ ମାସ ଯାଏଁ ଚାଲିପାରିଥିଲା । ଜ୍ୟୋତିରାଦିତ୍ୟ ଦଳରୁ ଇସ୍ତଫା ଦେବା ପରେ ୨୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିଥିଲେ । ଫଳରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ଏହା ପରେ ବିଜେପି ସରକାର ଗଢ଼ିଛି ଏବଂ ଶବିରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।