ନୂଆଦିଲ୍ଲୀ-ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ତ୍ରାଲରେ ସେନାର ସୁରକ୍ଷା ବାହିନର ଯବାନମାନଙ୍କ ଆତଙ୍କବାଦୀମାନେ ସମ୍ମୁଖୀନ ହୋଇଥିଲେ । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରକ୍ଷା ବାହିନୀମାନେ ଅପରେଶନ ଜାରି ରଖିଛନ୍ତି ।