ବାଲେଶ୍ବର – ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ବହୁଦିନରୁ ଦାବି ହୋଇଆସୁଥିବା ପେସେଞ୍ଜର ଟ୍ରେନ ଚାଲିବା ଆଶା ଉଜ୍ଜୀବିତ ହୋଇଛି। ଗୁରୁବାର ଦିନ ରେଳ ବିଭାଗର ଉଚ୍ଚ ଅଧିକାରୀ ଡାହାଣୀମରାଠାରୁ ଗୋପୀନାଥପୁର ପର୍ଯ୍ୟନ୍ତ ସର୍ଭେ କରିଥିବା ଜଣାପଡିଛି । ଏହି ସର୍ଭେ ପରେ ନୀଳଗିରି ବାସୀଙ୍କ ମଧ୍ୟରେ ରେଳ ଚଳାଚଳ ହେବାନେଇ ଆଶା ଉଜ୍ଜୀବିତ ହୋଇଛି।
ନୀଳଗିରି ଠାରୁ ତିନିକିଲୋମିଟର ଦୂର ଗୋପୀନାଥପୁର ଅଞ୍ଚଳକୁ ବହୁ ବର୍ଷ ପୂର୍ବରୁ ଟ୍ରେନ ଲାଇନ ପଡିରହିଛି । ହେଲେ ଏଠାରେ ଏକ ପେସେଞ୍ଜର ଟ୍ରେନ ଚଳାଇବା ନେଇ ନୀଳଗିରି ବାସୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବାଲେଶ୍ଵର ଏମପି ରବିନ୍ଦ୍ର କୁମାର ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ଟ୍ରେନ ଚଳାଚଳ ନେଇ କୌଣସି ପଦକ୍ଷେପ ଭାରତ ସରକାର ନେଇନଥିଲେ। ପରେ ବାଲେଶ୍ଵର ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ବରିଷ୍ଠ ନାଗରିକ ସମେତ ଅଞ୍ଚଳବାସୀ ପେସେଞ୍ଜର ଟ୍ରେନ ଚଳାଇବାକୁ ଦାବିପତ୍ର ଦେଇଥିଲେ। ତେବେ ନୀଳଗିରି ବାସୀଙ୍କ ସ୍ୱାର୍ଥ କୁ ଦେଖି ଷଡଙ୍ଗୀ ରେଳମନ୍ତ୍ରୀ ପିୟୁସ ଗୋଏଲ ଙ୍କୁ ତୁରନ୍ତ ଏକ ପତ୍ର ଲେଖିଥିଲେ । ତାଙ୍କ ପତ୍ରକୁ ଗୁରୁତର ସହ ନେଇ ରେଳମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ସର୍ଭେ କରିବାକୁ ନିର୍ଦେଶ ଦେଇଥିଲେ।
Heya i’m fοr the primary time here. I came acroѕs thiѕ board and I in finding It really useful & iit hhelped me οut much.
I am hoping to present something back and aid others sch as
you helped me.
thank you. if possible try to make a payment like paper rate to increased our team and our efforts