ଝାରସୁଗୁଡ଼ା– ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପରିବାରର ଜଣେ ସଦସ୍ୟ ପୂର୍ବରୁ ଦୁର୍ଘଟଣାରେ ଆହତ ହୋଇଥିଲେ । ଗତକାଲି ରାତିରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ ପରିବାର ଲୋକେ । ପୁଅର ଅକାଳ ବିୟୋଗକୁ ଆଖି ଆଗରେ ଦେଖି ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଆ ଓ ପରିବାରର ଅନ୍ୟମାନେ । ଏହାପରେ ମାଆ, ତିନି ଭଉଣୀ ଓ ଅନ୍ୟ ଜଣେ ଭାଇ ଫିନାଇଲ୍ ପିଇ ଆତ୍ମହତ୍ୟା ନିଷ୍ପତି ନେଇଥିଲେ । ସମ୍ପୃକ୍ତ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ପରେ ଜଣକୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Related Stories
November 23, 2024