ଭୁବନେଶ୍ୱର । କଟକରେ ଗତ ୨୪ ଘଂଟା ମଧ୍ୟରେ ୨୯୮ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
୧0୭ ଟି ଗାଡିରୁ ଚାଲଣ କାଟିଲା ବ୍ରହ୍ମପୁର ପୋଲିସ
ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୧୦୭ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୩୦୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ଛେପ ପକାଇବା ମାମଲାରେ ୨୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି ୨୩ ଲିଟର ମଦ ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି ।