
-
ଦମକଳ ଜରିଆରେ ହେବ ଔଷଧ ସିଂଚନ
-
ପଙ୍ଗପାଙ୍କ ଗତିବିଧି ଉପରେ ୧୦ ଦିନ ନଜର ରଖିବାକୁ , ଚାଷୀଙ୍କୁ ସଚେତନ କରିବା ଉପରେ ଗୁରାୁତ୍ୱାରୋପ
ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ସମୀକ୍ଷା କରିଛନ୍ତି । ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପଙ୍ଗାପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଂଚଳରେ ଔଷଧ ସିଂଚନ ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା ।
ବୈଠକରୁ ଜଣାଯାଇଛି ଯେ ପଙ୍ଗାପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କେଂଟ୍ରାଲ ରୁମ୍ ଖୋଲାଯାଇଛି । ରାଜ୍ୟର ସାଢେ ୬ ଲକ୍ଷ ଚାଷୀଙ୍କୁ ଏସଂକ୍ରାନ୍ତୀୟ ହ୍ୱାଟସ୍ ଆପ୍ ମେସେଜ୍ ଏବଂ ୮ ଲକ୍ଷ ଚାଷୀଙ୍କୁ ଭଏସ୍ ମେସେଜ୍ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କ ସହିତ ନିୟମିତ ସମ୍ପର୍କରେ ରହିଛି ।
ଓଡିଶାର ନବରଙ୍ଗପୁର , ନୂଆପଡା , କଳାହାଣ୍ଡି , ମାଲକାନଗିରି , କୋରାପୁଟ , ରାୟଗଭଡା, ଛାରସୁଗଜୁଡା , ସୁନ୍ଦରଗଡ ଓ ବରଗଡ ଜିଲ୍ଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି । ଗତକାଲି ଛତିଶଗଡ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ବୈଠକରେ ସ୍ଥିର କରାଯାଇଥିଲା ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର , ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦ୍ୱତନ୍ତ୍ର ସଚିବ , କୃଷି ନିର୍ଦ୍ଦେଶକ ଓ ଭାରତ ସରକାରଙ୍କ ସମନ୍ୱିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।