ଧର୍ମଶାଳା – କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟ ମାରଣା ଓ ନାମ ପରିବର୍ତନ କରି ଅର୍ଥ ଲୁଟ କରୁଥିବା ପ୍ରତିବାଦରେ ବଡ଼ଚଣା ବିଜେପି ପକ୍ଷରୁ ବ୍ଲକ ଘେରାଉ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଚଣ୍ଡିଖୋଲସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ବାଇଧର ସେନାପତିଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି ମୂଖପାତ୍ର ଅମର ନାୟକ ଯୋଗ ଦେଇ ଆନ୍ଦୋଳନ ସଂପର୍କରେ ଆଲୋଚନା କରିବା ସହ କେନ୍ଦ୍ରୀୟ ଯୋଜନାର ହରିଲୁଟ ପ୍ରଧାନମନ୍ତ୍ରୀ ଯୋଜନା ନାମକୁ ଲୁକ୍କାୟୀତ ରଖିବା ଏବଂ ଦଳୀୟ ଭିତିିରେ ଯୋଜନା ପ୍ରକଳ୍ପକୁ ଆବଂଟନ କରିବା ପ୍ରତିବାଦରେ ରାଜ୍ୟ ନେତୃ ବୃନ୍ଦଙ୍କ ନିଷ୍ପତି କ୍ରମେ ରାଜ୍ୟର ୩୧୪ ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ଆସନ୍ତା ୨୭ ତାରିଖରେ ବଡ଼ଚଣା ବ୍ଲକ ଘେରାଉ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩ ହଜାରରୁ ଅଧିôକ କର୍ମୀ ଏଥିରେ ସାମିଲ ହେବା ନେଇ ପ୍ରସ୍ତୁତ ହେବାକୁ ନେତାମାନଙ୍କ ମଧ୍ୟରେ ବାକ୍ୟ ବିନିମୟ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ଜିଲା ଉପ-ସଭାପତି ଦେବଜାନୀ ପ୍ରଧାନ, କୃଷକ ମୋର୍ଚ୍ଚା ଜିଲା ସଭାପତି ଶାରଦା ପ୍ରସାଦ ରାଉତ, ବରିଷ୍ଠ ନେତା ଧିରେନ୍ଦ୍ର ରାଉତ, ପ୍ରଦୀପ ଜେନା, ଜ୍ଞାନ ରଂଜନ ସାହୁ, କିଶୋର ରାଉତ, ପ୍ରଦୀପ ସାମଲ, ଧୁଳେଶ୍ୱର ଦାସ, ପ୍ରମୋଦ ଜେନା ଓ ଫକୀର ସାମଲ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।\
Related Stories
November 25, 2024