Related Stories
November 26, 2024
ବ୍ରହ୍ମପୁର: କରୋନା ମହାମାରୀ ଭୁତାଣୁ ସଂକ୍ରମଣକୁ ଭୟକରି ରକ୍ତଦାତାଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ଆଣି ସୋମବାର ସଦର ଥାନାଧିକାରୀ ସନ୍ତୋଷିନୀ ଓରାମ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଥାନାଧିକାରୀ ଶ୍ରୀମତୀ ଓରାମ୍ଙ୍କ ସମେତ ଥାନାର କର୍ମଚାରୀ ବହୁ ସମାଜସେବୀ, ଶିକ୍ଷକ, ବିଦ୍ୟାର୍ଥୀ ଓ ବହୁ ସାମାଜିକ କର୍ମୀ ଯୋଗଦେଇ ରକ୍ତଦାନ କରିଥିଲେ । ୩୦ରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ଉକ୍ତ ରକ୍ତଦାନ ଶିବିରକୁ କୁକୁଡାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ପାତ୍ରଙ୍କ ସମେତ କୁକୁଡାଖଣ୍ଡି ବ୍ଲକ୍ର ବହୁ ଗଣମାଧ୍ୟମର ବ୍ୟକ୍ତିବିଶେଷ ଓ ବୃଦ୍ଧିଜୀବୀମାନେ ସାମିଲ୍ ହୋଇ ରକ୍ତଦାନ କରିଥିଲେ ।