

ବ୍ରହ୍ମପୁର: ସଟ୍ ସର୍କିଟ୍ରୁ ଘରେ ଅଗ୍ନିକାଣ୍ଡ ଘଟି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ପରିବାରବର୍ଗକୁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ତରଫରୁ ସମବେଦନା ଦିଆଯାଇଛି । ଅଲେଖ ବାବୁ ଜଣେ ମେଳାପୀ ଓ ଗରିବଙ୍କ ବନ୍ଧୁ ଥିଲେ । କଂଗ୍ରେସ ଦଳକୁ ଗଞ୍ଜାମ ଜିଲ୍ଲାରେ ମଜବୁତ କରିବାର ତାଙ୍କର ଭୂମିକା ଅତୁଳନୀୟ । ପରବର୍ତ୍ତୀ ସମୟରେ ସେ ଦଳୀୟ କାର୍ଯ୍ୟକଳାପରେ ବିତୁଷ୍ଣା ହୋଇ ଦଳ ଛାଡିଥିଲେ ମଧ୍ୟ ଦଳର ସମସ୍ତ ନେତା ଓ କର୍ମୀଙ୍କ ସହ ସେ ସୁସମ୍ପର୍କ ରଖିଥିଲେ । ତେଣୁ ତାଙ୍କର ଏହି ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଗଭୀର ଆଘାତ ଦେଇଛି । ରବିବାର ଦିନ ଶ୍ରୀ ପଟ୍ଟନାୟକଙ୍କ ସମେତ ପ୍ରମୋଦ ଦାସ, ମହାନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା ପ୍ରମୁଖ ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ଗୋଷାଣୀନୂଆଗାଁସ୍ଥିତ ପାଣିଗ୍ରାହୀ ସାହିରେ ଥିବା ତାଙ୍କ ବାସଭବନକୁ ଯାଇ ତାଙ୍କ ବଡପୁଅ ଧିରଜ ଚୌଧୁରୀ, ସାନପୁଅ ଚେତନ ଚୌଧୁରୀଙ୍କୁ ଭେଟି ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଥିଲେ ।