-
ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ମଧ୍ୟ ଭୟରେ ଗ୍ରାମକୁ ଯାଇପାରୁନାହାଁନ୍ତି
Related Stories
November 26, 2024
ବ୍ରହ୍ମପୁର: ଏବେବି ମୋ ଜୀବନ ପ୍ରତି ବିପଦ ରହିଛି । ତେଣୁ ପୁଣି ଆକ୍ରମଣ ଭୟରେ ଗାଁକୁ ଯିବାପାଇଁ ଡର ମାଡୁଛି । ଆକ୍ରମଣ କରିଥିବା ଆକ୍ରମଣକାରୀମାନେ ଗ୍ରାମରେ ଘୁରି ବୁଲୁଛନ୍ତି । ମୋ ପରିବାର ଲୋକେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ନେଇନି । ଏବେବି ମୋ ଜୀବନ ପ୍ରତି ବିପଦ ରହିଛି । ବୈଶିଷ୍ଠ ଜେନା ଓ ବାବୁଲା ଜେନାଙ୍କ ସହିତ ଅନ୍ୟ ୪ଜଣ ମୋତେ ଆକ୍ରମଣକାରୀ ମୋ ଗୋଡ ଭାଙ୍ଗିଦେଲେ । ଖଣ୍ଡା ଓ ବାଡିରେ ଆକ୍ରମଣକାରୀ ଅକାମୀ ଅବସ୍ଥାକୁ ନେଇଗଲେ । ପୋଲିସ ବୈଶିଷ୍ଠ ଓ ବାବୁଲାକୁ ଛାଡି ଅନ୍ୟ ୪ଜଣ ପ୍ରଭାକର ଜେନା, ଟୁଲୁ ଜେନା, ଭିକୁ ଜେନା ଓ ଟୁନା ସେଠୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଆମ ଆଗକୁ ପଛକୁ କେହି ବି ନାହାଁନ୍ତି । ତେଣୁ ଡାକ୍ତର ଘରକୁ ଯିବାପାଇଁ ଅନୁମତି ଦେଇଥିଲେ ମଧ୍ୟ ମୁଁ ଓ ପରିବାର ଘରକୁ ବା ଗ୍ରାମକୁ ଯିବାକୁ ଭୟ କରୁଛୁ ବୋଲି ଏମ୍କେସିଜିରେ ଥିବା ପୂର୍ଣ୍ଣ ଜେନା ଏଭଳି ମନ୍ତବ୍ୟ ଦେଇଛନ୍ତି । ବ୍ରହ୍ମପୁରରେ ଭଡାଘରେ ରହିବା ପାଇଁ ସ୍ଥିର କରିଥିବା ପୂର୍ଣ୍ଣ କହିଛନ୍ତି । ପ୍ରଥମେ ପରିବାରବର୍ଗ ପକ୍ଷରୁ ବ୍ରହ୍ମପୁର ଅତିରିକ୍ତ ଏସ୍ପିଙ୍କୁ ଭେଟି ଗୁହାରୀକରି ନ୍ୟାୟ ଭିକ୍ଷା କରିଥିଲେ । ପୁଣି କିଛିଦିନପରେ ମୋ ବଡଭାଇ ସନ୍ୟାସୀ ଜେନା ଓ ଆମ ପରିବାରର ସଦସ୍ୟମାନେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ଗୁହାରୀକଲେ । ଏସ୍ପି ସାଏବ ପରିବାର ଲୋକଙ୍କ ଗୁହାରୀକୁ ଶୁଣି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତକରି ରିପୋର୍ଟ ଦେବାକୁ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଲେ । ବର୍ତ୍ତମାନ ପୋଲିସ ଘଟଣାରେ ସମ୍ପୃକ୍ତ ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି । ଅନ୍ୟ ୨ଜଣ ଗ୍ରାମରେ ଏବେବି ବୁଲୁଛନ୍ତି । ତେଣୁ ମୁଁ ସାମାନ୍ୟ ସୁସ୍ଥ ହେଲେ ଏସ୍ପିଙ୍କ ନିକଟକୁ ଯାଇ ନ୍ୟାୟ ଭିକ୍ଷା କରିବି ବୋଲି କହିଛନ୍ତି । ତଦନ୍ତକାରୀ ଅଧିକାରୀ ମୁଁ ଚିକିତ୍ସା ହେଉଥିବା ସମୟରେ ବୟାନ ନେବାବେଳେ ମୁଁ ସବୁ ସତକଥା କହିଥିଲି । ବର୍ତ୍ତମାନ ମୁଁ ପଙ୍ଗୁ ହୋଇଗଲି । କିନ୍ତୁ ଭଗବାନଙ୍କ ଉପରେ ଭରସା ଅଛି ସେ ମୋତେ ନ୍ୟାୟ ଦେବେ ବୋଲି ଲୋତକଭରା ଚକ୍ଷୁରେ ପୂର୍ଣ୍ଣ କହିଛନ୍ତି । ବର୍ତ୍ତମାନ ମଧ୍ୟ ଜୀବନ ପ୍ରତି ଭୟ ଅଛି ବୋଲି ସେ କହିବା ସହ ପୁଣିଥରେ ନ୍ୟାୟ ପାଇଁ ପୋଲିସ ତଦନ୍ତ ଆରମ୍ଭକରୁ ବୋଲି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ତଦନ୍ତଭାର ଏଏସ୍ପି ପ୍ରଭାତ ରାଉତରାୟଙ୍କୁ ଦେଇଛନ୍ତି । ଏସ୍ପି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୁଣି ସେ ଘଟଣାସ୍ଥଳ ଓ ଆକ୍ରମଣର ଶିକାର ହୋଇଥିବା ପୂର୍ଣ୍ଣଙ୍କୁ ଭେଟି ତଦନ୍ତ କରିବେ ବୋଲି କହିଛନ୍ତି । ଏଏସ୍ପି ଶ୍ରୀ ରାଉତରାଏ କହିଛନ୍ତି ଯେ, ଖୁବଶୀଘ୍ର ପୂର୍ଣ୍ଣଙ୍କ ସହ ଭେଟି ଘଟଣା ବିଷୟରେ ପଚାରି ବୁଝିବା ସହ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ । ନିରପେକ୍ଷ ତଦନ୍ତ ହେବା ନିଶ୍ଚିତ । ସମ୍ପୂର୍ଣ୍ଣ ତଦନ୍ତ ସାରିବାପରେ ଏହାର ରିପୋର୍ଟ ଏସ୍ପିଙ୍କୁ ଦିଆଯିବ ବୋଲି ଶ୍ରୀ ରାଉତରାଏ କହିଛନ୍ତି । ସୂଚନାଯୋଗ୍ୟ ଯେ, ମେ ମାସ ୯ତାରିଖରେ ପୂର୍ଣ୍ଣ ତାଙ୍କ ବିଲ ନିକଟରୁ ଘରକୁ ଫେରୁଥିବା ବେଳେ ବୈଶିଷ୍ଠ, ବାବୁଲା ଓ ଅନ୍ୟ ୪ଜଣ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ । ପୂର୍ଣ୍ଣ ଦୀର୍ଘ ୧୫ଦିନ କାଳ ବ୍ରହ୍ମପୁର ବଡ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ସେ ବର୍ତ୍ତମାନ ମେଡିକାଲ୍ରୁ ଡିସ୍ଚାର୍ଜ ହୋଇଥିଲେ ମଧ୍ୟ ତାଙ୍କ ଗୋଡରେ ପ୍ଲାଷ୍ଟର ପଡିଛି । ସେ ଭୟରେ ଗ୍ରାମକୁ ନଯାଇ ବ୍ରହ୍ମପୁରରେ ହିଁ ଏକ ଭଡା ଘର ନେଇ ରହିବେ ବୋଲି କହିଛନ୍ତି । ସୂଚନାଥାଉକି, ପୂର୍ବରୁ ବୈଶିଷ୍ଠ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତଥାଇ ବର୍ତ୍ତମାନ ଜାମିନ୍ରେ ରହିଥିବା ଯୋଗୁ ସେ ଭୟରେ ରହୁଥିବା କହିଛନ୍ତି ।