ନୂଆଦିଲ୍ଲୀ– କରୋନା ଭାଇରସ ଏବେ ବ୍ରାଜିଲ ଓ ଋଷିଆରେ ତାଣ୍ଡବ ରଚିଛି । ବ୍ରାଜିଲରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କର ସଂଖ୍ୟା ୫ ଲକ୍ଷ ୧୪ ହଜାର ୮୪୯ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ ହଜାର ୩୧୪ରେ ପହଞ୍ଚିଛି । ସେହିଭଳି କରୋନା ଭାଇରସ ଯୋଗୁଁ ଋଷିଆରେ ୪ ଲକ୍ଷ ୫ ହଜାର ୮୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ହଜାର ୬୯୩ ଜଣଙ୍କ ମୃତ୍ୟୁ ହୋଇଛି ।
ଗତକାଲି ସକାଳ ଯାଏଁ ବ୍ରାଜିଲରେ ୪ ଲକ୍ଷ ୯୮ ହଜାର ୪୪୦ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ମୋଟ ୨୮ ହଜାର ୮୩୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଋଷିଆରେ ୩ ଲକ୍ଷ ୯୬ ହଜାର ୫୭୫ ଜଣ ସଂକ୍ରମିତ ହୋଇଥିଲେ । ୪ ହଜାର ୫୫୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୩ ଲକ୍ଷ ୭୩ ହଜାର ୬୯୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬୨ ଲକ୍ଷ ୫୯ ହଜାର ୨୪୮ ଜଣ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ ୨୭ ଲକ୍ଷ ୮୫ ହଜାର୬୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୯୯ ହଜାର ୮୯୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୪୦୯ ଜଣ ଗୁରୁତର ଅଛନ୍ତି ।