ନୂଆଦିଲ୍ଲୀ– ମହାମାରୀ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱର ଜନତା ଛଟପଟ ହେଉଛନ୍ତି । କରୋନା ଭାଇରସକୁ ନେଇ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଥିବା ବେଳେ ଏହାର ଟିକା ଓ ଔଷଧ ବାହାର କରିବା ପାଇଁ ବୈଜ୍ଞାନିକ ଦିନ ରାତି ଗବେଷଣା କରୁଛନ୍ତି । ଏହାରି ଭିତରେ କରୋନା ଭାଇରସ ବିଶ୍ୱରେ ୩ ଲକ୍ଷ ୭୩ ହଜାର ୬୯୭ ଜଣଙ୍କର ଜୀବନ ନେଇ ସାରିଛି । ମୋଟ ୬୨ ଲକ୍ଷ ୫୯ ହଜାର ୨୪୮ ଜଣ ଲୋକ କରୋନା ଭାଇରସର ଶିକାର ହୋଇସାରିଛନ୍ତି । ଏଥିରୁ ୨୭ ଲକ୍ଷ ୮୫ ହଜାର୬୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୯୯ ହଜାର ୮୯୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୪୦୯ ଜଣ ଗୁରୁତର ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂକଟ ଦେଖାଯାଇଛି । କାରଣ ଏଠାରେ ମୋଟ ୧୮ ଲକ୍ଷ ୩୭ ହଜାର ୧୭୦ ଜଣ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୬ ହଜାର ୧୯୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ମୋଟ ଲକ୍ଷ ୪୧ ହଜାର ୫୩୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୮୯ ହଜାର ୪୪୫ ଜଣ ଚିକିତ୍ସାଧୀନ ଅଛନ୍ତି । ଏବେ ୧୭ ହଜାର ୫୫ ଜଣ ଗୁରୁତର ଅଛନ୍ତି ।