ଭଦ୍ରକ – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଗାନ୍ଧିବାଦୀ, ସମାଜସେବୀ ସର୍ବୋଦୟ ସଂଗଠକ କପିଳ ଚରଣ ଦାସଙ୍କ ୧୦ମ ଶ୍ରଦ୍ଧାଞ୍ଜଳି ସମାରୋହ ଭଦ୍ରକ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି। ସଂଗ୍ରାମୀ କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧି ଓଡ଼ିଶା ବାଳାଶ୍ରମର ମିଳିତ ସୌଜନ୍ୟରେ ଅନୁଷ୍ଠିତ ଏହି ସମାରୋହ ସଭାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ େଯାଗଦେଇ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସେ ସଂଗ୍ରାମୀ କପିଳ ଚରଣ ଦାସଙ୍କୁ ଜଣେ ସ୍ବଚ୍ଛ ଗାନ୍ଧି ମଣିଷ ଓ ସାର୍ଥକ ରଚନାମôକ କର୍ମୀ, କିମ୍ବଦନ୍ତୀ ସମାଜସେବକ ଭାବେ ବର୍ଣ୍ଣନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ବିଶିଷ୍ଟ ସାରସ୍ବତ ସାଧକ ହୁସେନ ରବି ଗାନ୍ଧି ମୁଖ୍ୟବକ୍ତା, ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ତ୍ୟାଗଭୂମିର ଆବାହକ ଅଜୟ କୁମାର ନାୟକ, ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ େଯାଗଦେଇ ୰ ଦାସଙ୍କ ସ୍ବାଧୀନତା ସଂଗ୍ରାମର ଅନନ୍ୟ ଭୂମିକା, ଦେଶପ୍ରେମ ଓ ସେବା ପରାୟଣତା ସଂପର୍କରେ ମତବ୍ୟକ୍ତ କରିଥିଲେ। ସେ ଅନନ୍ତ କାଳ ପର୍ଯ୍ୟନ୍ତ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି ମୁଖ୍ୟବକ୍ତା କହିଥିଲେ। ଏହି ଅବସରରେ ବରିଷ୍ଠ ସେବା ନିବୃ ପ୍ରଶାସକ ତଥା ସମାଜସେବୀ ପଦ୍ମନ କୁମାର ରାୟଙ୍କୁ ସଂଗ୍ରାମୀ କପିଳ ଚରଣ ସ୍ମାରକୀ ସମ୍ମାନରେ ସମ୍ବଦ୍ର୍ଧିତ କରାଯାଇଥିଲା। କବି ମୁସ୍ତାକ ଗହ୍ବର ଓ ଅବଦୁଲ ଦୟାନ ସ୍ମୃତି କବିତା ପାଠ କରିଥିଲେ। ପ୍ରତୁ୍ୟଷରେ ସର୍ବଧର୍ମ ପ୍ରାର୍ଥନା, ବସ୍ତି ସଫେଇ, ପ୍ରଭାତ ଫେରି, ତିଳ ତର୍ପଣ, ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ଓ ଗୀତା ପାଠ କରାଯିବା ପରେ ସହୀଦ ସ୍ମୃତି ତୀର୍ଥ ସହୀଦନଗରକୁ ଗାନ୍ଧି ବାଳାଶ୍ରମ ପକ୍ଷରୁ କ୍ରାନ୍ତିଯାତ୍ରା କରାଯାଇ ଅମର ସହିଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସ୍ମୃତି କମିଟିର ସଂପାଦକ ପରମାନନ୍ଦ ଦାସ ଏହି ସମାରୋହରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ସମାରୋହରେ ଗାନ୍ଧି ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତିଙ୍କ ସଂେଯାଜିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ପ୍ରଫେସର ଡ. ରାମଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଶାନ୍ତନୁ ରାଉତ, କମଳାକାନ୍ତ ସ୍ବାଇଁ, ଇଂ ବିମ୍ବାଧର ବ୍ରହ୍ମ, ପ୍ରଭାକର ମଲ୍ଲିକ, ଏସ୍.ଏମ୍. ଫାରୁକ୍, ମଳୟ ଜେନା, ସୁଧାକର ରାଉତ, ଡ. ମନୀନ୍ଦ୍ର ମହାନ୍ତି, କାଦମ୍ବିନୀ ମହାନ୍ତି, ଅବସରପ୍ରାପ୍ତ ବିଚାରପତି ବାସୁଦେବ ଦାସ, ପୁରୁବାଈ କନ୍ୟା ଆଶ୍ରମର ସଂପାଦିକା ସୁମତୀ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସାହିତ୍ୟିକ ଓ ସ୍ବାଧୀନତା ସଂଗ୍ରାମୀ େଯାଗଦାନ କରିଥିଲେ। ଶେଷରେ ବିଶିଷ୍ଟ ନାରୀକବି ଶାନ୍ତିଲତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 25, 2024