ଭୁବନେଶ୍ୱର– ଘରୋଇ ବସ କର୍ମଚାରୀଙ୍କ ଦାବି ପତ୍ର ରାଜ୍ୟ ସରକାର ପାଇଛନ୍ତି ଓ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ଠାରେ ବିଚାରାଧୀନ ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ କହିଛନ୍ତି ଯେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ମାନଙ୍କର ମଧ୍ୟ ବୀମା ହେବା ଦରକାର । ତେବେ ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି ଏ ସମ୍ପର୍କରେ ନିଷ୍ପତି ନିଆ ଯିବ ବୋଲି ସେ କହିଛନ୍ତି ।