ଭୁବନେଶ୍ୱର, କେନ୍ଦ୍ରାପଡା- କେନ୍ଦ୍ରାପଡା ବ୍ଲକର କଂସାରା ଗାଁକୁ କଂଟେନମେଂଟ ଜୋନ ରୂପେ ଘୋଷଣା କରା ଯାଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଆଜି ଜିଲ୍ଲାରେ ୫୦ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏମାନେ ସମସ୍ତେ ପ୍ରବାସୀ ଶ୍ରମିକ ଓ ଏମାନେ ସମସ୍ତେ ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରରେ ଥିଲେ । ଏମାନଙ୍କ ମଧ୍ୟରୁ ୩୬ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୮ଜଣ ମୁମ୍ବାଇରୁ ଫେରିଥିଲେ । ୩ ଜଣ ଦିଲ୍ଲୀରୁ ଫେରିଥିବା ବେଳେ୍ ଜଣେ ଜଣେ ଆନ୍ଧ୍ର ପ୍ରଦେଶ. ତାମିଲନାଡୁ ଓ ଉତର ପ୍ରଦେଶରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କର ସାତ ଦିନର କ୍ୱାରେଂଟାଇନ ଶେଷ ହେବା ପରେ କୌଣସି ଲକ୍ଷଣ ନ ଥିବା କାରଣରୁ ତାଙ୍କୁ ଘରକୁ ଛାଡି ଦିଆ ଯାଇଥିଲା । ସେଠାରେ ସେ ବୁଲାବୁଲି କରିଥିବାର ଅଭିଯୋଗ ଆସିଛି । ତେବେ ଲକ୍ଷଣ ନ ଥିବା କାରଣରୁ ସଂକ୍ରମଣ ସମ୍ଭାବନା ଖୁବ କମ । ଏହା ସତ୍ୱେ ଉକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରା ଯାଇଥିବା ସେ କହିଛନ୍ତି ।