ଭୁବନେଶ୍ୱର – ରାଜ୍ୟରେ ଆଉ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ମୋଟ ୧୯ଟି ଜିଲ୍ଲାରୁ ଏହି ୧୫୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରୁ ସବୁଠାରୁ ଅଧିକ ୫୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ସେହିପରି କଟକ ଜିଲ୍ଲାରୁ ୨୦ ଜଣ, ଗଂଜାମ ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ସେହିପରି ଜଗତସିଂହପୁର ଜିଲ୍ଲାରୁ ୧୪ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା, ନୟାଗଡ, ସୁନ୍ଦରଗଡ, ନୂଆପଡା, ମୟୁରଭଂଜ, ବରଗଡ, ଓ ସୋନପୁରରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବଲାଙ୍ଗୀର ଓ ସମ୍ବଲପୁରରୁ ୨ ଜଣ ଲେଖାଏ ଓ ବୌଦ୍ଧ, କେନ୍ଦୁଝର ଓ ମାଲକାନଗିରିରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।