
ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଯୋଦ୍ଧା ଭଳି କାମ କରି ଜନ ସଚେତନତା ସୃଷ୍ଟି କରିବା ସହ ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ ବୈଦ୍ୟନାଥେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ୨୪ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ଡା ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର କହିଛନ୍ତି ଦିନ ରାତି ପରିଶ୍ରମ କରି କରୋନା ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଙ୍ଗନବାଡ଼ି କର୍ମୀଙ୍କ ମନୋବଳ ବଢାଇବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ସହ ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର, ଅଙ୍ଗନବାଡ଼ି ସୁପରଭାଇଜର ପଦ୍ମିନି ପଟ୍ଟନାୟକ ଓ ବହୁ ସ୍ୱେଚ୍ଛାସେବୀଙ୍କୁ ସେଠାରେ ସମ୍ମାନିତ କରାଯାଇଥିଲା । ସମସ୍ତଙ୍କୁ ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ମଧ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମିତ ଦାଶ, ବିଜେଡି ଯୁବ ସଂଗଠକ ଏ. ସନ୍ତୋଷ କୁମାର ପାତ୍ର, କୁମାର ସୁରଜ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରକାଶ ଚନ୍ଦ୍ର ଦାଶ, ସୁଧୀର ପାତ୍ର, ଜଗନ୍ନାଥ ମିଶ୍ର, ବି. ପ୍ରଦୀପ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏ. ଶିବରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ କେ. ସାଇ କୁମାର, ଶ୍ରୀକାନ୍ତ ସାବତ, ସୁନୀଲ ପଣ୍ଡା, ଜିଂନଟୁ ରାଉଳ, ଅଭିମନ୍ୟୁ ନାୟକ, ଗୋକୁଳ ରାଉତ, ହରି ପଟ୍ଟନାୟକ, ମୁନା ସାହୁ, ସୁବାସ ପାତ୍ର, ବିଭୂ ଜେନା, ସାବତ ପଣ୍ଡା, ବିମଳ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO