ଭୁବନେଶ୍ୱର– ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି । ଏହି ସଂଖ୍ୟା ୨୧ଶହ ପାର କରି ଗଲାଣି । କରୋନା ଆକ୍ରାନ୍ତ ଜିଲ୍ଲାଙ୍କ ସୂଚୀରେ ଗଂଜାମ ଜିଲ୍ଲା ଆଜି ସବୁଠାରୁ ଆଗରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୩୧ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୮୦ , ବାଲେଶ୍ୱର ଜିଲ୍ଲାରେ ୧୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ୧୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୫୦ଟି ନୂଆ ମାମଲା ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ୧୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ୧୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସେହିପରି ଭଦ୍ରକ ଜିଲ୍ଲାରେ ୧୨୦ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରେ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ୮୨ ଜଣ, ଜଗତସିଂହପୁର ଜିଲ୍ଲାରେ ୮୨ ଜଣ ଓ ନୟାଗଡ ଜିଲ୍ଲାରେ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ୩୪ ଜଣ ଆକ୍ରାନ୍ତ, ଚିହ୍ନଟ ହୋଇଥିବାବେଳେ ତ୍ନୂଆପଡା ଜିଲ୍ଲାରେ ୩୩. ଦେବଗଡ ଜିଲ୍ଲାରେ ୩୨ ଜଣ, ମୟୁରଭଂଜ ଜିଲ୍ଲାରେ ୨୬, ଅନୁଗୁଳ ଜିଲ୍ଲାରେ ୨୫ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କେନ୍ଦୁଝର ଜିଲ୍ଲାରେ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ, କନ୍ଧମାଳ ଜିଲ୍ଲାରେ ୨୨,ମାଲକାନଗିରି ଜିଲ୍ଲାରେ ୨୧ ଜଣ କଳାହାଣ୍ଡି ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଢେଙ୍କାନାଳ ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୧୧ ଜଣ ଓ ବରଗଡରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋନପୁରରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଂଗପୁର ୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।