ଭୁବନେଶ୍ୱର– ଘରୋଇ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ସୋମବାର ଦିନ ରାସ୍ତାକୁ ଓହ୍ଲାଇଛନ୍ତି । ଲକ ଡାଉନ କାରଣରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ୫୦ ଲକ୍ଷ ଟଙ୍କାର ବୀମା କରିବାକୁ ସେମାନେ ଦାବି କରିଛନ୍ତି ।
ଆଜି ଶହ ଶହ ସଂଖ୍ୟାରେ ବସ ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସେମାନଙ୍କର ଦାବିକୁ ସମର୍ଥନ ଜଣାଇ ବରମୁଣ୍ଡା ବସ ଷ୍ଟାଣ୍ଡ ଠାରେ ଧାରଣା ସ୍ଥଳରେ ପହଂଚିଥିଲେ ।