ଭଦ୍ରକ – ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରା:ପ: ଅଧିନ ତ୍ରିସାଲିଆ ଗ୍ରାମର ୨ଜଣ ପିଲାଙ୍କୁ ଆଜି ମାଙ୍କଡ଼ କାମୁଡ଼ି ଗୁରୁତର କରିଥିବା ବେଳେ ଗ୍ରାମର କୋକୁଆ ଭୟ ସୃଷ୍ଟି ହୋଇଛି। ଗୁରୁତର ଦ୍ବୟ ଏବେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିସôା ହେଉଥିବାର ଜଣାଯାଇଛି। ଗ୍ରାମର ଧନେଶ୍ବର ସାହୁଙ୍କ ପୁଅ ପୃଥୀବି ସାହୁ ନିକଟସ୍ଥ ସ୍କୁଲରେ ୭ମଶ୍ରେଣୀରେ ପାଠ ପଢନ୍ତି। ଆଜି ଅପରାହ୍ନରେ ପରିସ୍ରା କରିବା ପାଇଁ ବାହାରକୁ ଆସିଥିବା ବେଳେ ହଠାତ୍ ମାଙ୍କଡଟି ତାଙ୍କ ଉପରକୁ କୁଦିପଡ଼ି ଗୋଡ଼କୁ ଖଣ୍ଡିଆ ଖାବରା କରିଦେଇଥିଲା। ସେହିପରି ଅନ୍ୟଜଣେ ଗ୍ରାମର ଅନାମ ରଣାଙ୍କ ପୁଅ ରତିକାନ୍ତ ଆଗରପଡ଼ା ବଜାରରୁ ଉକ୍ତ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ସେ ମଧ୍ଯ ମାଙ୍କଡ଼ ଆକ୍ରମଣରେ ଶିକାର ହୋଇଥିଲା। ଆହତ ଦ୍ବୟଙ୍କୁ ପ୍ରଥମେ ଆଗରପଡ଼ା ଓ ପରେ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ଗୁରୁତର ଅବସ୍ଥାରେ ନିଆଯାଇ ଚିକିସôା କରାଯାଉଛି।
Related Stories
November 25, 2024