ନୂଆଦିଲ୍ଲୀ– ଚୀନର ଉହାନ ସହରରୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱରେ ୩ ଲକ୍ଷ ୭୦ ହଜାର ୮୭୦ ଜଣ ଲୋକ ଜୀବନ ହରାଇ ସାରିଛନ୍ତି । ସେହିଭଳି ଏହି ମାରାତ୍ମକ ଭାଇରସ ଯୋଗୁଁ ୬୧ ଲକ୍ଷ ୫୩ ହଜାର ୩୭୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨୭ ଲକ୍ଷ ୩୪ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୪୭ ହଜାର ୯୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଯୋଗୁଁ ୧ ଲକ୍ଷ ୫ ହଜାର ୫୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୧୮ ଲକ୍ଷ ୧୬ ହଜାର ୮୨୦ ଜଣ ସଂକ୍ରମିତ ଅଛନ୍ତି । ଏଥିରୁ ୫ ଲକ୍ଷ ୩୫ ହଜାର ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।