ଭୁବନେଶ୍ୱର, କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲାରୁ ୧୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ୧୨ ଜଣ ପ୍ରବାସୀ ଓ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ ୬ ଜଣ ସଂଗରୋଧ କେନ୍ଦ୍ରର କର୍ମଚାରୀ ମଧ୍ୟ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୧୨ ଜଣ ଗୁଜରାତ, କର୍ଣାଟକ ଓ ପଶ୍ଚିମବଙ୍ଗରୁ ଫେରିଛନ୍ତି । ସେମାନଙ୍କ ବ୍ୟତୀତ ଦୁଇଟି ସଂଗରୋଧ କେନ୍ଦ୍ରର ୬ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କର ନମୂନା ସଂଗ୍ରହ କରା ଯାଇଥିଲା ଓ ସେମାନଙ୍କର ରିପୋର୍ଟ ପଜିଟିଭ ଆସିଛି । ସମସ୍ତଙ୍କୁ କୋବିଡ ହସପିଟାଲକୁ ପଠାଇ ଦିଆ ଯାଇଛି । ଏମାନେ ମାର୍ଶାଘାଇ ହାଇସ୍କୁଲ ଓ ପେଣ୍ଠପାଲ ସାଇକ୍ଲୋନ ସେଂଟରର ସଂଗରୋଧ କେନ୍ଦ୍ରର କର୍ମଚାରୀ । ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ । ଏମାନଙ୍କ ମଧ୍ୟରେ ଆଙ୍ଗନବାଡି କର୍ମୀ, ଆଶା ଦିଦି, ସଫେଇ କର୍ମଚାରୀ ଓ ସଂଗରୋଧ କେନ୍ଦ୍ରରେ କାମ କରୁଥିବା ସ୍ୱେଚ୍ଛା ସେବୀ ଅଛନ୍ତି ।
ଏହି କାରଣରୁ ଦୁଇଟି ଅଂଚଳରେ ଦୁଇଟି କଂଟେନମେଂଟ ଜୋନ ଭାବେ ଘୋଷଣା କରା ଯାଇଛି ।