ନୂଆଦିଲ୍ଲୀ– ରାଜସ୍ଥାନର ପୂର୍ବତନ ବିଜେପି ସଭାପତି ଭୱରଲାଲ ଶର୍ମାଙ୍କ ଆଉ ନାହାନ୍ତି । ଦେହାନ୍ତ ବେଳକୁ ସ୍ୱର୍ଗତ ଭୱରଲାଲଙ୍କୁ ୯୫ ବର୍ଷ ବୟସ ହେଉଥିଲା । ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଜଣାଇଛନ୍ତି । ରାଜସ୍ଥାନରେ ବିଜେପି ସୁଦୃଢ଼ ହେବାରେ ତାଙ୍କର ଭୂମିକା ସ୍ମରଣୀୟ ହୋଇ ରହିବ । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟରେ ଉଲ୍ଲେଖ କରିଛନ୍ତି ।
ବରିଷ୍ଠ ନେତାଙ୍କ ଦେହାନ୍ତ ହେବା ପରେ ବିଜେପିର ନେତାମାନେ ସୋସିଆଲ ମିଡିଆରେ ଶୋକ ଜଣାଇଛନ୍ତି । ଏଥି ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମଧ୍ୟ ଶୋକ ଜଣାଇଛନ୍ତି । ଗହଲୋତ ଟୁଇଟରେ ଲେଖିଛନ୍ତି, ଭୱରଲାଲଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛି ।
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟରେ ଲେଖିଛନ୍ତି, ପାର୍ଟିର ବରିଷ୍ଠ ନେତା ଓ ବିଜେପି ରାଜସ୍ଥାନର ପୂର୍ବତନ ସଭାପତି ଶ୍ରୀ ଭୱରଲାଲ ଶର୍ମା ଜୀଙ୍କ ନିଧନ ସୂଚନା ପାଇଁ ମର୍ମାହତ ଅନୁଭବ କରୁଛି । ଜନସଂଘଠାରୁ ବଜେପି ପର୍ଯ୍ୟନ୍ତ ସଂଗଠନ ଓ ଜନସେବା ପାଇଁ ସେ ବହୁ ପରିଶ୍ରମ କରିଥିଲେ । ସେ ଅନ୍ୟ ନେତାମାନଙ୍କ ପ୍ରେରଣା ପାଲଟିଛନ୍ତି । ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତ୍ରୀ ବସୁନ୍ଧରା ରାଜେ ଭୱରଲାଲ ଶର୍ମାଙ୍କ ପରଲୋକ ନେଇ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ବିଜେପିର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ଭୱର ଶର୍ମା ମୁଁ ବ୍ୟସ୍ତ ହୋଇପଡ଼ିଛି । ସେ ନିଜର ରାଜନୈତିକ ଜୀବନ କାଳରେ ସବୁବେଳେ ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସ୍ୱର ଉଠାଉଥିଲେ ।