ନୂଆଦିଲ୍ଲୀ– ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ବିଶ୍ୱର ୬୦ ଲକ୍ଷ ୨୬ ହଜାର ୩୭୫ ଜଣ ଲୋକ ସଂକ୍ରମିତ ହୋଇଛି । ଏହି ଭାଇରସ ଶନିବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୩ ଲକ୍ଷ ୬୬ ହଜାର ୪୧୮ ଜଣଙ୍କ ଜୀବନ ନେଇସାରିଛି । ବିଶ୍ୱବ୍ୟାପୀ ୨୬ ଲକ୍ଷ ୫୬ ହଜାର ୧୪୪ ଜଣ କରୋନା ଭାଇରସରୁ ସୁସ୍ଥ ହୋଇଥିବା ବେଳେ ୩୦ ଲକ୍ଷ ୩ ହଜାର ୮୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ୫୩ ହଜାର ୭୩୬ ଜଣଙ୍କ ଅବସ୍ଥା ଗୁରୁତର ଅଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଅଧିକ କାୟା ବିସ୍ତାର କରିଛି । ଏଠାରେ ୧୭ ଲକ୍ଷ ୯୩ ହଜାର ୫୩୦ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ୧ ଲକ୍ଷ ୪ ହଜାର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୫ ଲକ୍ଷ ୧୯ ହଜାର ୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୬୯ ହଜାର ୪୧୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭ ହଜାର ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।