ପୁରୀ– ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଂଟ ଚୂଡ଼ାନ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନ୍ୁଷ୍ଠିତ ହେବାକୁ ଥିବା ବେଳେ ଭିଡ଼ିଓ କନଫରେନସିଂ ଜରିଆରେ ଏହି ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ୱର ଠାରେ ଗଜପତି ମହାରାଜା ଦିବ୍ୟସିଂହଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଉପସ୍ଥିତ ଥିବା ବେଳେ ପୁରୀରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂହ ଏସପି ଡଃ ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଂଟ ଚୂଡ଼ାନ୍ତ ହେବ । ଏଥିସହ ଜୁନ୍ ୧ ରେ ଲକ୍ ଡାଉନ ୍ ର ସ୍ଥିତିକୁ ଦେଖି ରଥଯାତ୍ରା ସମ୍ପର୍କରେ ପରବର୍ତି ନିଷ୍ପତି ନିଆଯିବ । ଜୁନ୍ ୫ ତାରିଖ ସ୍ନାନ ପୂର୍ଣ୍ଣିମା ପାଇଁ ପହଣ୍ଡି କାର୍ଯ୍ୟ, ଜଳଲାଗି ଓ ହାତୀ ବେଶ ସମ୍ପର୍କରେ ବୈଠକରେ ଆଲୋଚନା ହେବାକୁଥିବା ସୂଚନା ମିଳିଛି ।