ବ୍ରହ୍ମପୁର:କରୋନା ର ଲକ ଡାଉନ୍ ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ଶ୍ରେଣୀ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏହି କ୍ରମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ କିଏ ଭି ଭୋକ ଉପାସରେ ରୋହିବେ ନାହିଁ। ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ସହର ର ବିଭିନ୍ନ ଜାଗା ରେ ବିଜୁ ଯୁବ ବିଜେଡ଼ି ପକ୍ଷ ରୁ ଖାଦ୍ୟ ଓ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ମବିଜେଡ଼ି ର ସଭାପତି ମୁକୁନ୍ଦ ଗୌଡ ଓ ଉପ ସଭାପତି ଆର୍ ମୁରଲୀ ମୋହନ ନେତୃତ୍ଵ ରେ ବ୍ରହ୍ମପୁର ସହରର ପୁରୁଣା ବସ ଷ୍ଟାଣ୍ଡ ,ରେଳ ଷ୍ଟେସନ, ମେଡିକାଲ୍ ପରିସର ରେ ଭାତ,ଡାଲମା, ବ୍ରେଡ, ବିସ୍କୁଟ,ପାଣି ଇତ୍ୟାଦି ବଣ୍ଟନ କରାଯାଇଛି।
ଏକାର୍ଯ୍ୟକ୍ରମ ଲକ୍ ଡାଉନ୍ ପର୍ଯ୍ୟନ୍ତ ଖାଦ୍ୟ ବଣ୍ଟନ କରାଯିବ ବୋଲି ମହାନଗର ବିଜୁ ଯୁବ ବିଜେଡ଼ି ଟିମ୍ ପକ୍ଷ ରୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ମହାନଗର ବିଜୁ ଯୁବ ବିଜେଡ଼ି ର ରାଜେଶ୍ୱର ବେହେରା, ଏସ୍ ଏ ଖଳିଲ୍, ପ୍ରଣୟ ପଟ୍ଟନାୟକ, ସିମାନଚଲ୍ ସାହୁ, ପ୍ରସନ୍ନ ଗନ୍ତାୟତ,ଏଲ ରବି,କେ ରବି, ଦିଲୀପ ପାତ୍ର, ଶିବା ରାଓ,ଅରୁଣ ଗରୁଡ,କେ ମୁନା ରେଡ୍ଡୀ, ଅଭିନ୍ ସୁନ୍ଦର ବେହେରା,ମିର୍ଜା ଯାବେଦ ବେଗ ଏହି କାର୍ଯ୍ୟକ୍ରମ ରେ ସହ ଯୋଗ କରିଥିଲେ।