
ବ୍ରହ୍ମପୁର: ଶୁକ୍ରବାର ଦ୍ୱିତୀୟ ଦିନରେ ହଳଦିଆପଦର ବସ୍ ଟର୍ମିନାଲ ନିକଟ ଜାତୀୟ ରାଜପଥକଡରେ ମୋ ପରିବାର ତରଫରୁ ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବସ୍, ଟ୍ରକ୍ରେ ଆସୁଥିବା ଶ୍ରମିକମାନଙ୍କୁ ସୁଖିଲା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଳା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତରହି ଶ୍ରମିକମାନଙ୍କୁ ବ୍ରେଡ୍, ବିସ୍କୁଟ, କଦଳୀ, ମୁଡି, ପାଣି ବୋତଲ ମିଶାଇ ଗୋଟିଏ ପକେଟ୍କରି ପ୍ରାୟ ୩୦୦ଜଣ ଶ୍ରମିକଙ୍କୁ ପ୍ରଦାନ କରିଥିଲେ । ଶ୍ରମିକମାନେ ଖୁସିବ୍ୟକ୍ତ କରିବା ସହ ଏଭଳି କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ମହାରଣା, ବିଜୟ ସାମଲ, ତୁମ୍ବନାଥ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ମୁକୁନ୍ଦ ଗୌଡ, ଦୁର୍ଗା ପଣ୍ଡା, ତାପସ ସାହୁ, ନେତାଜୀ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।