ବାଲେଶ୍ବର, ୨୯/୫:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କରୋନା ଭୂତାଣୁ ସଂକ୍ରମଣ ଭୟ ଓ ବେରୋଜଗାରୀ ପାଇଁ ଓଡ଼ିଶାରୁ ଯାଇଥିବା ପ୍ରବାସୀ ଶ୍ରମିକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡ଼ିଶାକୁ ଫେରି ଆସୁଛନ୍ତି। ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ‘ପ୍ରବାସୀ ଶ୍ରମିକ କଲ୍ୟାଣ ବୋର୍ଡ଼’ ଗଠନ କରିବା ନିମନ୍ତେ ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର ଦାବି କରିଛନ୍ତି। ୧୦ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ସେମାନଙ୍କର ନାମ ପଞ୍ଜୀକରଣ କରାଇ ସାରିଥିଲା ବେଳେ ବାସ୍ତବରେ ଏହାଠାରୁ ଢେ଼ର୍ ଅଧିକ ପ୍ରାୟ ୧୫ ଲକ୍ଷ ପ୍ରବାସୀ ଶ୍ରମିକ ପରିବାର ସହ ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ସବାର୍ଧିକ ଶ୍ରମିକ ନିମାର୍ଣ କାର୍ଯ୍ୟରେ ନିୟୋଜିତ ଥିଲାବେଳେ ବିଭିନ୍ନ ଶିଳ୍ପସଂସ୍ଥା, ସୂତା ଓ ଲୁଗାକଳ, ବସ୍ତ୍ର ଉତ୍ପାଦନ, ଇଟାଭାଟି, ପରିବହନ ଓ କୃଷି କର୍ମରେ କାର୍ଯ୍ୟ କରି ଆସୁଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜବ, ହରିଆନାରେ ଓଡ଼ିଆମାନେ ପାଣିପାଇପ୍ ମିସ୍ତ୍ରୀ ଭାବେ ବେଶ୍ ଜଣାଶୁଣା।
ସେହଭଳି ସୁରତରେ ହୀରା ଓ ବସ୍ତ୍ର ଉତ୍ପାଦନ ଏବଂ ପଞ୍ଜାବ ହରିଆନାରେ କୃଷି ଶ୍ରମିକ ଭାବେ ତଥା ତାମିଲନାଡ଼ୁ, ତେଲେଙ୍ଗାନା ଓ ଆନ୍ଧ ପ୍ରଦେଶରେ ବିଭିନ୍ନ ଛୋଟ ବଡ଼ ଶିଳ୍ପ ସଂସ୍ଥାରେ ସେମାନଙ୍କର ସଂଖ୍ୟା ବେଶ୍ ଅଧିକ। ଦେଖିବାକୁ ଗଲେ ଓଡ଼ିଆ ଶ୍ରମିକମାନେ ନିଜର କର୍ମନିପୁଣତା ଓ ପରିସ୍ଥିତି ସହ ଖାପ ଖୁଆଇ କାମ କରି ପାରୁଥିବାରୁ ଅନ୍ୟ ରାଜ୍ୟରେ ନିଯୁକ୍ତିିଦାତା ଏମାନଙ୍କୁ ପସନ୍ଦ କରିଥାଆନ୍ତି। ‘ପ୍ରବାସୀ ଶ୍ରମିକ କଲ୍ୟାଣ ବୋର୍ଡ଼’ ଗଠନ କଲେ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ପଞ୍ଜୀକରଣ କରାଯିବା ସହ ସମସ୍ତ ନିମାର୍ଣ ଶ୍ରମିକଙ୍କୁ ଲେବର କାର୍ଡ଼ ଦେବା ସମ୍ଭବପର ହେବ। ଦକ୍ଷତା ଅନୁଯାୟୀ ବଗୀର୍କରଣ କରି ସେମାନଙ୍କୁ କର୍ମନିଯୁକ୍ତିି କିମ୍ବା ଆତ୍ମନିଯୁକ୍ତିର ବ୍ୟବସ୍ଥା କଲେ ଏହି ବିପୁଳ ମାନବ ସମ୍ବଳ ଓଡ଼ିଶାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରାଇବ। ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ ଗଠନ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ମହାପାତ୍ର ଏକ ପ୍ରେସ୍ ବିବୃତିରେ କହିିଛନ୍ତି।