ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଳକ୍ ଅନ୍ତର୍ଗତ ହୁଗୁଳାପଟା ଓ ବୋରିଗାଁ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ହୋମ୍ କ୍ୱାରଣ୍ଟାଇନ୍ରେ ରହିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଘରକୁ ଘର ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ । ସେମାନେ କିପରି ରହୁଛନ୍ତି, ପରିବାର ଲୋକଙ୍କ ସହ କିପରି ଦିନ କାଟୁଛନ୍ତି ଓ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥା ପଚାରୁଛନ୍ତି ନା ନାହିଁ, ସରକାରୀ ବ୍ୟବସ୍ଥା ମିଳୁଛି ନା ନାହିଁ ପଚାରି ବୁଝିଥିଲେ । ଉପଜିଲ୍ଳାପାଳଙ୍କ ଗସ୍ତ ସମୟରେ ତହସିଲଦାର ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ସିଡିପିଓ ସଙ୍ଗୀତା ପାତ୍ର, ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲାଣଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ ।
Related Stories
November 23, 2024