ଜନସଚେତନତା ଦ୍ୱାରା ଏଡସ୍ ନିରାକରଣ ସମ୍ଭବ :ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର – ବିଗତ କିଛି ଦଶନ୍ଧି ଧରି ଏଡସ୍ ଏକ ମାରାତ୍ମକ ସଂକ୍ରାମକ ରୋଗ ଭାବେ ଉଭା ହୋଇଛି । ଏଡସ୍ ଭଳି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ଏକ ଦୀର୍ଘସୂତ୍ରୀ ତଥା ବ୍ୟୟ ବହୁଳ ଅଟେ । ଏହା ଅର୍ଥନୈତିକ ତଥା ସାମାଜିକ କ୍ଷେତ୍ରରେ ଏଡସ୍ ରୋଗୀ ଉପରେ ବହୁତ କୁପ୍ରଭାବ ପକାଇଥାଏ । ଏଡସ୍ ସଂକ୍ରମିତ ରୋଗୀଟି ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳି ଯାଇଥାଏ । ତେବେ ସମୟ ବଦଳିବା ସହ ଏଥିରେ ପରିବର୍ତନ ଆସିବା ଆବଶ୍ୟକ । ନିୟମିତ ଚିକିତ୍ସା, ଔଷଧ ସେବନ ଓ ସୁଷମ ପୁଷ୍ଟିକର ଖାଦ୍ୟଗ୍ରହଣ ଦ୍ୱାରା ଏଡସ୍କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ପାନ୍ଥନିବାସଠାରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ପକ୍ଷରୁ ଆୟୋଜିତ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପଲକ୍ଷେ ୨୦୧୯-୨୦ ଅ ।ର୍ଥିକ ବର୍ଷରେ ଅନୁÂିତ ହେବାକୁ ଥିବା ବ୍ୟାପକ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଉପରେ ପ୍ରସ୍ତୁତି ବୈଠକ ତଥା ଏଥି ସହିତ ସାମିଲ ଥିବା ସ୍ୱେଚ୍ଛାସେବୀ ଅନୁÂାନଗୁଡ଼ିକ ମଧ୍ୟରେ
ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏଡସ୍ ସଂକ୍ରମଣ ଓ ଦୂରିକରଣ ପାଇଁ ଜନସଚେତନତା ଆବଶ୍ୟକ ଅଟେ ।
୨୦୧୯ ଜୁଲାଇ ମାସ ସୁଦ୍ଧା ରାଜ୍ୟରେ ୪୮୮୯୪ ଏଡସ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରୁ ୮୬ ପ୍ରତିଶତ ରୋଗୀଙ୍କୁ ଆଂଟି ରିଟ୍ରୋଭାଲ୍ ଥେରାପି ମାଧ୍ୟମରେ ନାକୋ ଦ୍ୱାରା ବିନାମୂଲ୍ୟରେ ଔଷଧ ଯୋଗାଇ ଦିଅ ।ଯାଉଛି । ୯୬ ପ୍ରତିଶତ ଗର୍ଭବତୀ ମହିଳାମାନଙ୍କର ଏଡସ୍ ପରୀକ୍ଷା କରାଯାଇଥିବାବେଳେ ସେଥି ମଧ୍ୟରୁ ୨୨୬ ଜଣ ମହିଳାଙ୍କଠାରେ ଏଡସ୍ ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି ୯୯ ପ୍ରତିଶତ ସାଧାରଣ
ଲୋକଙ୍କ ମଧ୍ୟରୁ ୩୨୭୩ ଜଣଙ୍କଠାରେ ଏଡସ୍ ରୋଗ ଚିହ୍ନଟ ହୋଇପାରିଛି । ତେବେ ରାଜ୍ୟ ସରକାରଙ୍କ
ଆନ୍ତରିକ ଉଦ୍ୟମ ଓ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ “ନୋ ୟୋର ଏଚ୍ଆଇଭି ଷ୍ଟାଟସ୍’ ଦ୍ୱାରା ଏଡସ୍ ସଂକ୍ରମଣକୁ ପ୍ରଶମିତ କରାଯାଇ ପାରିଛି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀମତୀ ଗୁହା ପୁନମ ତାପସ୍ କୁମାର ଏଡସ୍ ସଂକ୍ରମଣ ଦୂରୀକରଣ ଓ ନିୟନ୍ତ୍ରଣ ଦିଗରେ ସମିତିର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରମ ଆୟୁକ୍ତ ଶ୍ରୀ ନିରଞ୍ଜନ ସାହୁ ଯୋଗଦେଇ
କହିଲେ ଯେ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ·ଲିଯାଉଥିବା ଶ୍ରମିକମାନଙ୍କୁ ଏଡସ୍ ବିଷୟରେ ସଚେତନ
କରିବା ନିହାତି ଆବଶ୍ୟକ । ବେସରକାରୀ ତଥ୍ୟ ଅନୁସାରେ ପ୍ରତିବର୍ତେ ୨ରୁ ୬ ଲକ୍ଷ ଲୋକ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ·ଲିଯାଆନ୍ତି । ଓଡ଼ିଶାର ବଲାଙ୍ଗୀର ଓ ନୂଆପଡ଼ା ଭଳି ଜିଲ୍ଲାରୁ ବହୁ ଶ୍ରମିକ ପଡୋଶୀ ରାଜ୍ୟର ଇଟାଭାଟିରେ କାର୍ଯ୍ୟ କରିବାକୁ ·ଲିଯାଉଛନ୍ତି । ସେମାନେ ବାର୍ଷକ ମଧ୍ୟରୁ ୬ ମାସ ଧରି ରାଜ୍ୟ ବାହାରେ କାମ କରିଥାଆନ୍ତି । ଏହି ଶ୍ରମିକମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହିବା ସହ କାମ କରିଥାଆନ୍ତି । ସେମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଡସ୍ ସଂକ୍ରମଣର ଶିକାର ହୋଇଥାଆନ୍ତି । ଏହାକୁ ରୋକିବା ସହସେମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରିବା ଉଚିତ ।
ଏହି ଅବସରରେ ରାଜ୍ୟ ସ୍ୱସ୍ଥ୍ୟ ନିଦେ୍ର୍ଧଶକ ଡ. ଦିଲ୍ଲୀପ କୁମାର ଷଡଙ୍ଗୀ ଯୋଗଦେଇଥିବାବେଳେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ସହକାରୀ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।