-
ସଂଗୃହୀତ ହେଲା ସମୁଦାୟ ୪୨ ୟୁନିଟ୍ ରକ୍ତ
ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଇବା ସହ ଏପରି ମହତ କାର୍ଯ୍ୟ ପାଇଁ ଉତ୍ସାହ ଭରିଥିଲେ।
ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ପୂର୍ବତନ ଉପ ନଗରପାଳ ମନୋଜ କୁମାର ରାଉତ, ଯୁବନେତା ମନୋଜ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକର୍ତାମାନଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମହାସଚିବ କୁଶାଲ ଚାଟାର୍ଜୀ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ସାଧାରଣ ସମ୍ପାଦକ କିରଣ କୁମାର ନାଥ, ସଂଜୀବ ବିଶ୍ୱାଳ, ସାଜିଦ କାଦ୍ରୀ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ କର୍ମକର୍ତାଙ୍କ ମଧ୍ୟରେ ଉପ ସଭାପତି ଶିବ ଶଙ୍କର ଦାସ, ପ୍ଲାବନ ଦାସ, ରାହୁଲ ନାୟକ, ସୁଶାନ୍ତ ଦାସ, ସୁରଜ ସାହୁ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ, ଜଗତ ଜୀବନ ମହାନ୍ତି, ଶୁଭମ ନାୟକ, ସବ୍ୟସାଚୀ ପୃଷ୍ଟି ଏବଂ ସଂଗ୍ରାମ ଦାସ ପ୍ରମୁଖ ରକ୍ତଦାନ ସହ ସହଯୋଗ କରିଥିଲେ।
ଏହି ଶିବିରରେ ସମୁଦାୟ ୪୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ବ୍ୟାପି ଏହିଭଳି ଏକ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେବ ବୋଲି ବିସିଜେଡି ବାଲେଶ୍ୱର ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି।