
ନୂଆଦିଲ୍ଲୀ- କରୋନା ଭାଇରସ ଭୂତାଣୁ ସମଗ୍ର ବିଶ୍ୱରେ ୩ ଲକ୍ଷ ୬୧ ହଜାର ୫୪୯ ଜଣଙ୍କର ଜୀବନ ନେଇସାରିଛି । ବିଶ୍ୱରେ ୫୯ ଲକ୍ଷ ୯୦୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏଥିରୁ ୨୫ ଲକ୍ଷ ୭୭ ହଜାର ୨୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୯ ଲକ୍ଷ ୬୨ ହଜାର ୧୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ବିଶ୍ୱରେ ୫୩ ହଜାର ୯୭୫ ଜଣ ରୋଗୀ ଏବେବି ଗୁରୁତର ଅଛନ୍ତି ।
କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଗତିଶୀଳ ହୋଇଛି । ଏଠାରେ ୧ ଲକ୍ଷ ୩ ହଜାର ୩୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲକ୍ଷ ୬୮ ହଜାର ୪୬୧ ଜଣଙ୍କର ମୃତ୍ୟୁ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ୬ ଲକ୍ଷ ୯୮ ହଜାର ୭୨୫ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୬୬ ହଜାର ୪୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୭ ହଜାର ୨୦୨ ଜଣଙ୍କର ଅମସ୍ଥା ସଂକଟାପନ୍ନ ରହିଛି । ବ୍ରାଜିଲ ଓ ଋଷିଆର ଅବସ୍ଥା ଧୀରେ ଧୀରେ ଖରାପ ସ୍ଥିତିଆଡକୁ ଗତି କରୁଛି । ବ୍ରାଜିଲରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୪ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।