ମାଲକାନଗିରି – ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୫ ୮ ଜଣ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇଛି ।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା କକ୍ଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁଣନିଧି ନାୟକଙ୍କ ଦ୍ୱାରା ଆୟୋଜିତ ସଭାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯୋଗଦେଇ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିବାସହ ଏଥିରେ ଥିବା ବିଭିନ୍ନ ସୁବିଧା ବିଷୟରେ କହିଥିଲେ । ଜିଲ୍ଲାରେ ମୋଟ ୬ ୫ ଜଣ ସାମ୍ବାଦିକ ଏହି କାର୍ଡ ନିମନ୍ତେ ଆବେଦନ କରିଥିଲେ । ଗତ ବର୍ଷ ୮ ଜଣ କାର୍ଡ ପାଇଥିଲେ । ଯେଉଁ ମାନେ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି ତୁରନ୍ତ ସେମାନେ କିପରି ଏହା ପାଇବେ ସେଥିପାଇଁ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନାୟକ କହିଥିଲେ ।
Related Stories
November 25, 2024